ରାଜ୍ୟ ଅଂଶଧନ ଓ କେନ୍ଦ୍ରୀୟ ପାଣ୍ଠି ପ୍ରସଙ୍ଗ ଉଠିବ
ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର
ଭୁବନେଶ୍ୱର, ୧୮ା୭ (ବୁ୍ୟରୋ): ଓଡ଼ିଶା କ୍ରମାଗତ ଭାବେ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ପାଣ୍ଠି ପାଇବାରେ ଅବହେଳାର ସମ୍ମୁଖୀନ ହେଉଛି । ସଂସଦରେ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ଦଳୀୟ ସାଂସଦମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ମହିଳା ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ସମେତ କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ, ପ୍ରଧାନମନ୍ତ୍ରୀ ଆବାସରେ ଅଧିକ ଘର, ଏମ୍ଏସ୍ପି ବୃଦ୍ଧି ପ୍ରସଙ୍ଗରେ ସ୍ୱାମୀନାଥନ୍ କମିଟି ସୁପାରିଶ ଲାଗୁ, କୋଷ୍ଟାଲ ହାଇୱେ ନିର୍ମାଣ, ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବ, ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସାମିଲ ସହ ବହୁ ଆଦିବାସୀ ସମୁଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ, ଏଫସିଆଇ ବଳକା ·ଉଳ ଉଠାଣ, ·ଷୀଙ୍କୁ ଫସଲବୀମା ସୁବିଧା ନ ମିଳିବା, କେନ୍ଦ୍ର ସରକାରରୁ ଆବଶ୍ୟକ ସହଯୋଗ ମିଳୁ ନ ଥିବା, କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟର ଅଂଶ ମିଳିବାରେ ଅବହେଳା ଆଦି ପ୍ରସଙ୍ଗକୁ ସଂସଦରେ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସଂସଦୀୟ ଦଳ ବୈଠକରେ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ସେ କହିଛନ୍ତି ଯେ ଓଡ଼ିଶା କ୍ରମାଗତ ଭାବେ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ପାଣ୍ଠି ପାଇବାରେ ଅବହେଳାର ସମ୍ମୁଖୀନ ହେଉଛି । ସ୍ପେଷାଲ ଫୋକସ ଷ୍ଟେଟ୍ ପାଇଁ ଆମ ଦାବି ଅଧିକ ମୁଖର ଓ ଦୃଢ଼ ହେବା ଉଚିତ । ବିଧାନସଭା ଓ ସଂସଦରେ ମହିଳାଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗକୁ କେନ୍ଦ୍ର ସରକାର ଭୁଲି ଯାଇଛନ୍ତି । ଓଡ଼ିଶାରେ ରୂପାନ୍ତରୀତ ପରିବର୍ତ୍ତନ ପାଇଁ ଆମ ସରକାର ନିଜର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି । ୫-ଟି ଉପକ୍ରମ ମାଧ୍ୟମରେ ସବୁକ୍ଷେତ୍ରରେ ସ୍ୱଳ୍ପ ଅବଧି ମଧ୍ୟରେ ଆଖିଦୃଶିଅ । ପରିବର୍ତ୍ତନ ସୁନିଶ୍ଚିତ ହୋଇପାରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ୫-ଟି ସ୍କୁଲ ରୂପାନ୍ତରଣରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜ୍ୟ ସରକାର ଏବେ ଭିତ୍ତିଭୂମି, କୃଷି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସହ ଗ୍ରାମାଞ୍ଚଳ ଅର୍ଥନୀତିର ଉତ୍ଥାନ ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି । ନିତି ଆୟୋଗ ରିପୋର୍ଟରେ ଓଡ଼ିଶା ୫ ଦ୍ରୁତ ଦାରିଦ୍ର୍ୟ ହ୍ରାସ ରାଜ୍ୟ ମଧ୍ୟରେ ରହିଛି । ଗ୍ରାମାଂଚଳରେ ଦାରିଦ୍ର୍ୟ ୧୭.୭୨ ପ୍ରତିଶତକୁ ହ୍ରାସ ପାଇଛି । ତେବେ ସଂଘୀୟ ବ୍ୟବସ୍ଥାରେ ଯେଭଳି ସହଯୋଗ ଭାରତ ସରକାରଙ୍କଠୁ ମିଳିବା ତାହା ମିଳୁନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୪ବର୍ଷ ଧରି ବନ୍ଦ ରଖାଗଲା । ଆବାସ ପୋର୍ଟାଲ ଖୋଲା ଗଲାନି । ବାରମ୍ବାର ଅନୁରୋଧ ପରେ ୮ଲକ୍ଷ ଘର ମଞ୍ଜୁର କରାଯାଇଛି । କିନ୍ତୁ ବାସ୍ତବରେ ୧୫ଲକ୍ଷ ଘର ଆବଶ୍ୟକ ଅଛି ।
ସେହିପରି ୬ ଜିଲ୍ଲାରେ ଏବେବି ରେଳ ନେଟୱାର୍କ ନାହିଁ । ଜାତୀୟ ରାଜପଥର ବହୁ ପ୍ରକଳ୍ପ ବିଳମ୍ବ ହେଉଛି । କୋଷ୍ଟାଲ ହାଇୱେ ନିର୍ମାଣରେ ଅଗ୍ରଗତି ପରିଲକ୍ଷିତ ହେଉନି । ମୋବାଇଲ, ବ୍ୟାଙ୍କିଂ ଡିଜିଟାଲ ସଂଯୋଗରେ ମଧ୍ୟ ସମସ୍ୟା ରହିଛି ୟ ଏସବୁ ଭିତ୍ତିଭୂମି ସଂକ୍ରାନ୍ତ ସମସ୍ୟା ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଅ ।କର୍ଷଣ କରାଯିବାର ଅ ।ବଶ୍ୟକତା ରହିଛି ବୋଲି ନବୀନ କହିଛନ୍ତି । ଗରିବ କଲ୍ୟାଣ ଯୋଜନାକୁ ବନ୍ଦ କରିଦିଆଯାଇଛି । ·ଷୀଙ୍କ ସମସ୍ୟାକୁ ଆମେ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ । ବଳକା ଉଷୁନା ·ଉଳ ଏଫ୍ସିଆଇ ନ ନେବା, ବକେୟା ନ ଦେବା, ଏମ୍ଏସ୍ପି ପ୍ରସଙ୍ଗରେ ସ୍ୱାମୀନାଥନ ରିପୋର୍ଟ କାର୍ଯ୍ୟକାରୀ ନ ହେବା, ସାରର ଅନିୟମିତ ଯୋଗାଣ ଆଦି ପ୍ରମୁଖ ପ୍ରସଙ୍ଗ । ·ଷୀମାନଙ୍କୁ ଫସଲବୀମା ସୁବିଧା ମିଳୁନି । ଓଡ଼ିଶା ସରକାର ଏବେ ·ଷୀଙ୍କ ଫସଲବୀମା ପ୍ରିମିୟମ ଭରଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ନବୀନ କହିଛନ୍ତି । ବୈଠକରେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଯୋଗ ଦେଇଥିଲେ ।