ଫେରସ୍ତ ମିଳିବ ସାହାରା ଇଣ୍ଡିଆ ଟଙ୍କା

ଆଜି ଲଞ୍ଚ୍ ହେବ ରିଫଣ୍ଡ ପୋର୍ଟାଲ
ନୂଆଦିଲ୍ଲୀ, ୧୭ା୭: ସାହାରା ଇଣ୍ଡିଆରେ ଜମା କରିିଥିବା ଟଙ୍କା ଫେରି ପାଇବା ପାଇଁ ଲକ୍ଷ ଲକ୍ଷ ଲୋକ ବହୁ ଦିନ ହେଲା ଦାବି କରି ଆସୁଥିଲେ । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ଦିଗରେ ଠୋସ୍ ପଦକ୍ଷେପ ନିଆଯାଇଛି । ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରିବେ । ଏହି ୱେବ୍ସାଇଟ୍କୁ ମଙ୍ଗଳବାର ପୂର୍ବାହ୍ଣରେ ଅଟଳ ଉର୍ଜା ଭବନରେ ଲଞ୍ଚ କରାଯିବ । ପୋର୍ଟାଲ ଜରିଆରେ ଲକ୍ଷ ଲକ୍ଷ ନିବେଶକଙ୍କୁ ସେମାନଙ୍କୁ ଟଙ୍କା ଫେରସ୍ତ ମିଳିବ । ତେବେ ଯେଉଁମାନଙ୍କ ନିବେଶ ଅବଧି ପୂର୍ଣ୍ଣାଙ୍ଗ ହୋଇଛି, ସେହିମାନେ ଟଙ୍କା ଫେରସ୍ତ ପାଇବେ । ଲକ୍ଷ ଲକ୍ଷ ଗରିବଙ୍କ ଠାରୁ ଆରମ୍ଭ ଅନେକ ଧନୀ ଲୋକ ସାହାରା ଇଣ୍ଡିଆରେ ଟଙ୍କା ଜମା ରଖିଥିଲେ । ସମୟ ପୂରିବା ସତ୍ତ୍ୱେ ସେମାନେ ନିବେଶ କରିଥିବା ଅର୍ଥ ଫେରି ପାଇନାହାନ୍ତି ।
ବାରମ୍ବାର ସେମାନେ ବିକ୍ଷୋଭ କରୁଛନ୍ତି । ସବୁଠୁ ବେଶୀ ନିବେଶକ ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର । କିଛି ଲୋକ ନିଜ ନିଜର ଜୀବନ ବ୍ୟାପୀ ସଞ୍ଚôତ ଅର୍ଥକୁ ସାହାରା ଇଣ୍ଡିଆରେ ଲଗାଇଥିଲେ । ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯାଇଥିଲା ମାମଲା । ସିଭିଲ୍ ରାଇଟ୍ସ କମିଶନ (ସିଆର୍ସି) ଜରିଆରେ ଟଙ୍କା ଫେରସ୍ତ କରାଯିବ ବୋଲି ସୁପ୍ରିମ୍କୋର୍ଟ ଆଦେଶ ଦେଇଥିଲେ । ତଦନୁଯାୟୀ କେନ୍ଦ୍ର ସରକାର ରିଫଣ୍ଡ ପୋର୍ଟାଲ ଖୋଲିବାକୁ ଯାଉଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *