ବ୍ରହ୍ମପୁର ପୁଲିସ୍ ହାତରେ ନକଲି ଡାକ୍ତର

ବ୍ରହ୍ମପୁର/ଢେଙ୍କାନାଳ, ୧୭ା୭ (ବୁ୍ୟରୋ/ଆପ୍ର): ଗଞ୍ଜାମ ଜିଲ୍ଲାର ଆସିକା ଏବଂ ଡେଙ୍ଗାଉସ୍ତାରେ ଗତ ୬ ମାସଧରି ଅସ୍ଥିଶଲ୍ୟ ଡାକ୍ତର ଭାବେ ରୋଗୀସେବା କରୁଥିବା ନକଲି ଡାକ୍ତରଙ୍କୁ ଗିରଫକରି କୋର୍ଟଚାଲାଣ କରିଛି ପୁଲିସ୍ । ସୋମବାର ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ହିନେ୍ଦାଳର ଶୁଭ୍ରଜିତ୍ ପଣ୍ଡା(୨୯)ଙ୍କୁ ଏହି ମାମଲାରେ ଗିରଫକରି କୋର୍ଟଚାଲାଣ କରିଛି ପୁଲିସ୍ ।
ସୂଚନା ମୁତାବକ, ଦିଗପହଣ୍ଡି ଥାନା ଅନ୍ତିର୍ଗତ ଡେଙ୍ଗାଉସ୍ତା ବବୁଲ ମେଡିକାଲ୍ ଷ୍ଟୋରରେ ଶୁଭ୍ରଜିତ୍ ନିଜକୁ ବରିଷ୍ଠ ଅସ୍ଥିଶଲ୍ୟ ଡାକ୍ତର କହି ଲୋକଙ୍କ ଚିକିତ୍ସା କରିବା ସହ ସେମାନଙ୍କୁ ଗତ ୬ ମାସ ହେଲା ଔଷଧ ଦେଇଆସୁଥିଲେ । ଏନେଇ ଉକ୍ତ ନକଲି ଡାକ୍ତରଙ୍କ ନିଦେ୍ର୍ଦଶ ଅନୁଯାୟୀ ଭୁଲ୍ ମେଡିସିନ ଖାଇ ଅସୁସ୍ଥତାର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ପରିବାରବର୍ଗ ଗତ ୧୫ ତାରିଖରେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ଏହି ନକଲି ଡାକ୍ତରଙ୍କୁ ଧରିବା ପାଇଁ ନିଜର ଚେଷ୍ଟା ଆରମ୍ଭ କରିଥିଲା । ଏହି ସମୟରେ ଡାକ୍ତର ଜଣକ ଡେଙ୍ଗାଉସ୍ତା, ଆସିକା ସମେତ କଟକରେ ଏକ ବେଷ୍ଟ ପଲୀ କ୍ଲିନିକ୍ ଚଲାଉଥିବା ପୁଲିସ୍ ଜାଣିବାକୁ ପାଇଥିଲା । କଟକରୁ ଶୁଭ୍ରଜିତ୍ଙ୍କୁ ଗିରଫ କରିବା ସହିତ ଆବଶ୍ୟକୀୟ ଡାକ୍ତରୀ କାଗଜପତ୍ର ଯାଞ୍ଚ କରିଥିଲା ପୁଲିସ୍ । ଏହି ସମୟରେ ସଠିକ୍ ଡାକ୍ତରୀ ସାର୍ଟିଫିକେଟ୍ ପ୍ରଦାନ ବଦଳରେ ନକଲି ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ଶୁଭ୍ରଜିତ୍ । ଏହାପରେ ପୁଲିସ୍ ତାଙ୍କୁ ଗିରଫ କରି ବ୍ରହ୍ମପୁର ଆଣିଥିଲା ।  ସୂଚନା ମୁତାବକ, ଶୁଭ୍ରଜିତ୍ ଯୁକ୍ତ ଦୁଇ ପଢ଼ା ସାରିବାପରେ ହାଇଦ୍ରାବାଦରେ ମାଇକ୍ରୋ ବାଇଲୋଜିରେ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରିଥିଲେ । ଏହାପରେ ଖୁବ୍ କମ୍ ସମୟରେ ଅଧିକ ଅର୍ଥ ଉପାର୍ଜନ ଲୋଭରେ ସେ ସେଠାରେ ନକଲି  ଡାକ୍ତର ହେବା ଆରମ୍ଭ କରିଥିଲେ । ପ୍ରଥମେ ତେଲେଙ୍ଗାନାର ଏକ ଗ୍ରାମରେ ନକଲି ଡାକ୍ତର ଅଭ୍ୟାସ କରିବା ସହ ହାଇଦ୍ରାବାଦର ଗାନ୍ଧୀ ମେଡିକାଲ୍ କଲେଜରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସଦସ୍ୟଭାବେ ନିଜର ପରିଚୟ ଦେଖାଇ କାର୍ଯ୍ୟକରି ଆସୁଥିଲେ । ଏହି ସମୟରେ ଗତ ୨୦୨୦ମସିହା ଫେବୃୟାରୀ ୮ତାରିଖରେ ହାଇଦ୍ରାବାଦ ପୁଲିସ୍ ତାଙ୍କୁ ଏକ ମାମଲାରେ ଗିରଫ କରିବା ସହ କୋର୍ଟଚାଲାଣ କରିଥିଲା । ଉକ୍ତ ସମୟରେ ସେ ୧୫ଦିନ ଜେଲ୍ରେ ରହି ଜାମିନରେ ମୁକୁଳିଥିଲେ । ଏହାପରେ ସେଠାରୁ ସେ ଓଡ଼ିଶା ଆସି ବିଗତ ଦେଢ଼ବର୍ଷ ହେଲା କଟକ ଠାରେ ବେଷ୍ଟ ପଲୀ କ୍ଲିନିକ୍ ଚଲାଉଥିବା ବେଳେ ମାସକୁ ୨ଥର ଗଞ୍ଜାମର ଡେଙ୍ଗାଉସ୍ତା ଓ ଆସିକା ଆସି ରୋଗୀ ଚିକିତ୍ସା କରୁଥିଲେ । ସୋମବାର ପୁଲିସ୍ ତାଙ୍କୁ କୋର୍ଟଚାଲାଣ କରିଥିବା ବେଳେ ତାଙ୍କ ନିକଟରୁ ଡାକ୍ତରୀ ଲେଟର ପ୍ୟାଡ୍, ଭିଜିଟିଙ୍ଗ କାର୍ଡ, ନକଲି ମେଡିକାଲ୍ ସାର୍ଟିଫିକେଟ୍, ଏକ କାର୍ ନମ୍ବର ଓଡି୦୨ସିଏଫ୍-୮୩୦୮, ଷ୍ଟେଥସକୋପ୍, ସିରିଞ୍ଜ ଓ ବିଭିନ୍ନ ଔଷଧ ଜବତ କରିଛି । ଏହା ସହିତ ଦିଗପହଣ୍ଡି ଥାନାରେ ୨୫୭/୨୩ରେ ଏକ ମାମଲା ରୁଜୁକରି କୋର୍ଟଚାଲାଣ କରିବା ସହିତ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡା. ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।  ରୋଗୀ ବେଶରେ ଯାଇ ଡାକ୍ତରଙ୍କୁ କାବୁକଲେ ଥାନାଧିକାରୀ
ବିଗତ ୬ମାସଧରି ଜିଲ୍ଲାର ଡେଙ୍ଗାଉସ୍ତା ଠାରେ ନକଲି ଡାକ୍ତର ଭାବେ ରୋଗୀ ଚିକିତ୍ସା କରୁଥିବା ବେଳେ ଭୁଲ୍ ଔଷଧ ଖାଇ ବହୁ ରୋଗୀ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହିପରି ଏକ ଅଭିଯୋଗ ଗତ ୧୫ତାରିଖରେ ଦିଗପହଣ୍ଡି ଥାନାରେ ପହଞ୍ଚôଥିବା ବେଳେ ଅଭିଯୋଗକୁ ଗୁରୁତର ସହ ନେବାସହ ଖୋଦ୍ ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ବିଶେଷ ସୂତ୍ରରୁ ଖବରପାଇ ରୋଗୀବେଶରେ ଯାଇ ନକଲି ଡାକ୍ତରଙ୍କୁ କାବୁ କରିଥିଲେ । ପୂର୍ବରୁ କେଉଁ କେଉଁ ଦିନ ଡାକ୍ତର ସୁଭ୍ରଜିତ୍ ଡେଙ୍ଗାଉସ୍ତା-ପାଟପୁର ରାସ୍ତାରେ ଥିବା ବବୁଲ ମେଡିକାଲ୍ ଷ୍ଟୋରକୁ ଚିକିତ୍ସା ପାଇଁ ଆସୁଛନ୍ତି ସେନେଇ ସେ ଖବର ସଂଗ୍ରହ କରିବା ସହ ଡାକ୍ତର ଆସିବା ଦିନ ଖୋଦ୍ ରୋଗୀଭାବେ ଚିକିତ୍ସା ପାଇଁ ଯାଇଥିଲେ । ଏହାପରେ ଡାକ୍ତରଙ୍କୁ ସେଠାରେ ସେ ଡାକ୍ତରୀ ସାର୍ଟିଫିକେଟ୍ ମାଗିବା ସହ ସନ୍ତୋଷଜନକ କାଗଜପତ୍ର ନ ପାଇବାରୁ ତାଙ୍କୁ ଅଧିକ ପଚରା ଉଚୁରା ପାଇଁ ଥାନାକୁ ଆଣିଥିଲେ । ଏହାପରେ ତଦନ୍ତ ବେଳେ ଡାକ୍ତରଜଣକ ନକଲି ବୋଲି ଜାଣିବାକୁ ପାଇଥିଲା ପୁଲିସ୍ । ସୋମବାର ଉକ୍ତ ଡାକ୍ତର ବିରୋଧରେ ମାମଲା ରୁଜୁକରି ପୁଲିସ୍ କୋର୍ଟଚାଲାଣ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *