ମୋକିମ୍ ଓ  ଚିରଞ୍ଜୀବ ସସ୍ପେଣ୍ଡ

ଆକ୍ସନ ମୋଡ୍ରେ କଂଗ୍ରେସ

ଭୁବନେଶ୍ୱର, ୧୫ା୭ (ବୁ୍ୟରୋ): ଆକ୍ସନ ମୋଡ୍ରେ କଂଗ୍ରେସ । ବିଶୃଙ୍ଖଳିତ ଆଚରଣ ଲାଗି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ସଦସ୍ୟ ସଚିବ ତାରିକ୍ ଅନୱାର ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଉଭୟ ନେତାଙ୍କ ସମର୍ଥକ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି । ସସ୍ପେଣ୍ଡ ନିଦେ୍ର୍ଦଶକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ଚିରଞ୍ଜୀବ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରହିଥିଲେ । ମହମ୍ମଦ ମୋକିମ୍ ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତି ପାଳନ କରୁ ନ ଥିବା ଅଭିଯୋଗ ହୋଇଥିଲା । ଦୁଇ ପ୍ରଭାବଶାଳୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି କରିଛି । ଶ୍ରୀ ଅନୱାର କହିଛନ୍ତି ଯେ ଚିରଞ୍ଜୀବ ଓ ମୋକିମ୍ ଦଳବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇ ଉଭୟଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।ହେଲେ ସେମାନଙ୍କ ଉତ୍ତର ସନ୍ତୋଷଜନକ ନ ଥିଲା । ତେଣୁ ଉଭୟଙ୍କୁ ନିଲମ୍ବନ କରାଗଲା ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହୁଇପ୍ ଅମାନ୍ୟ କରି ବିଧାୟକ ମୋକିମ୍ ଏନ୍ଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଏହାସହିତ ସେ ପିସିସି ସଭାପତି ଲାଗି ଆଶାୟୀ ଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରି ନ ଥିଲା । ଫଳରେ ସଂଗଠନର ପରି·ଳନାକୁ ନେଇ ସେ ଗଣମାଧ୍ୟମ ନିକଟରେ କ୍ଷୋଭ ବ୍ୟକ୍ତ କରିଥିଲେ ।
ଚିରଞ୍ଜୀବ ବିଶ୍ୱାଳ ୨୦୧୯ ବିଧାନସଭା ନିର୍ବାଚନରେ ଜଗତସିଂହପୁରରୁ ପରାଜିତ ହେବା ପରଠୁ ସାଂଗଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଏପରିକି ପିସିସିର କାର୍ଯ୍ୟକାରୀ ସଭାପତି ଥାଇ ମଧ୍ୟ ସେ କଂଗ୍ରେସ ଭବନ କିମ୍ବା ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିଲେ । କିଛିମାସ ତଳେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନର ୩ ଦିନ ପୂର୍ବରୁ ମୋକିମଙ୍କ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ କଂଗ୍ରେସର ସାଂଗଠନିକ ସ୍ଥିତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ।
ବିଧାନସଭାରେ ଏବେ ମୋକିମଙ୍କୁ ମିଶାଇ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି । ମୋକିମ ଓ ଚିରଞ୍ଜୀବଙ୍କ ସସ୍ପେର୍ଡ ଖବର ପ୍ରଚାରିତ ହେବା ପରେ ସେମାନଙ୍କ ସମର୍ଥକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମୋକିମଙ୍କୁ ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ ଭେଟିଛନ୍ତି । ସେହିପରି ଜଗତ୍ସିଂହପୁରରେ ଚିରଞ୍ଜୀବଙ୍କ ସମର୍ଥକମାନେ ଶରତ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।
ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ସସ୍ପେଣ୍ଡ କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଏଆଇସିସି ନିଷ୍ପତ୍ତିକୁ ଗ୍ରହଣ କରୁଛି । ଦଳରେ ଏହାର ପ୍ରଭାବ ପଡ଼ିବକି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କଂଗ୍ରେସ ଏକ ହୋଇକି ଅଛି ଓ ଏକ ହୋଇକି ରହିବ ।
କାର୍ଯ୍ୟାନୁଷ୍ଠାନ ପରେ ବିଧାୟକ ମୋକିମ କହିଛନ୍ତି, କଂଗ୍ରେସ ଟିକେଟ୍ ନେଇ ପୁଣି ଥରେ କଟକରୁ ନିର୍ବାଚନ ଲଢିବି । ଦଳ ଟିକେଟ୍ ନ ଦେଲେ ସ୍ୱାାଧୀନ ଭାବେ ଲଢିବି । କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବାର ପ୍ରଶ୍ନ ଉଠୁନି । ପିସିସି ସଭାପତିଙ୍କ ସହ ବ୍ୟକ୍ତିଗତ ବିବାଦ ନାହିଁ । ଦଳର ଦୋଷ ତ୍ରୁଟିକୁ ସମାଲୋଚନା କରିଛି । କେବେ ଦଳ ବିରୋଧୀ କାର୍ଯ୍ୟ କରିନି । ମୋ ମନରେ ଥିବା କ୍ଷୋଭ କେହି କେବେ ବୁଝି ନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *