ବାଣିଜ୍ୟ ଅନୁକୂଳ ପରିବେଶ ସୃଷ୍ଟି ଲକ୍ଷ୍ୟ

ରାୟପୁରରେ ଓଡିÿଶା ଇନ୍ଭେଷ୍ଟର୍ସ ମିଟ୍
ଭୁବନେଶ୍ୱର, ୧୫ା୭ (ବୁ୍ୟରୋ): ରାଜ୍ୟର ବିଭିନ୍ନ ଶିଳ୍ପରେ ନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡିଶା ସରକାରଙ୍କ ପକ୍ଷରୁ ଜୁଲାଇ ୧୪ ଓ ୧୫ ତାରିଖରେ ରାୟପୁରରେ ଓଡିଶା ନିବେଶକ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଛି । ବିଜୁ ଏକ୍ସପ୍ରେସ୍ ୱେରେ ବିଜୁ ଅର୍ଥନୈତିକ କରିଡରର ବିପୁଳ ସମ୍ଭାବନା ଓ ଏ କ୍ଷେତ୍ରରେ ରାଜ୍ୟ ପକ୍ଷରୁ ଦିଆଯାଉଥିବା ଅନୁକୂଳ ବ୍ୟାବସାୟିକ ବାତାବରଣ ପ୍ରଦର୍ଶନ ଏବଂ ପୁଞ୍ଜିନିବେଶକଙ୍କୁ ଉତ୍ସାହିତ କରିବା ଏହାର ଉଦେ୍ଦଶ୍ୟ ଥିବା କାହୁଯାଇଛି । କାର୍ଯ୍ୟକ୍ରମରେ ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗଦେଇଥିଲେ । ନିବେଶକ ସମ୍ମିଳନୀ ଅବସରରେ ଆୟୋଜିତ ରୋଡ୍ ସୋ’ରେ ଛତିଶଗଡର ପ୍ରାୟ ୨୦୦ରୁ ଅଧିକ ଶିଳ୍ପୋଦ୍ୟୋଗୀ ଅଂଶଗ୍ରହଣ କରିଥିଲେ ।
ଶିଳ୍ପମନ୍ତ୍ରୀ ଶ୍ରୀ ଦେବ କହିଥିଲେ ଯେ ଧାତବ ଶିଳ୍ପ ସହ ବିଭିନ୍ନ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଓଡିଶାରେ ବ୍ୟାପକ ସୁଯୋଗ ରହିଛି । ଓଡିଶା ସରକାରଙ୍କର ଏ ଦିଗରେ ପ୍ରତିବଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ସଚିବ ଶ୍ରୀ ଜେନା ସମାବେଶକୁ ସମ୍ବର୍ଦ୍ଧିତ କରି ଓଡିଶା ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିଭାବେ ପ୍ରତିପାଦିତ ହୋଇପାରିଛି ବୋଲି କହିଥିଲେ । ରାଜ୍ୟର ଦକ୍ଷ ଓ ଉତ୍ପାଦନଶୀଳ ମାନବ ସମ୍ବଳ, ପ୍ରଗତିଶୀଳ ନୀତି ନିବେଶକମାନଙ୍କୁ ଶିଳ୍ପ ପ୍ରତିଷ୍ଠା ପାଇଁ ଅନନ୍ୟ ପରିବେଶ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ସମ୍ମିଳନୀରେ ବେଦାନ୍ତ, ଜେଏସ୍ପିଏଲ୍ ଭଳି ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନେ ଓଡିଶାରେ ପୁଞ୍ଜିନିବେଶ ନେଇ ସକାରାତ୍ମାକ ଅନୁଭୂତି ସମ୍ପର୍କରେ ଦର୍ଶାଇଥିଲେ । ଇଡ୍କୋ ଓ ଇପିକଲ୍ ଏମ୍ଡି ଭୂପେନ୍ଦ୍ର ସିଂହ ପୁନିଆ ରୋଡ୍ ସୋ’ରେ ଅଂଶଗ୍ରହଣ କରିଥିବା ନିବେଶକଙ୍କୁ କୃତଜ୍ଞତା ଜଣାଇଥିଲେ । ରୋଡ୍ ସୋ’ ବ୍ୟତୀତ ଓଡିଶାର ପ୍ରତିନିଧି ଦଳ ୫୦ରୁ ଅଧିକ ଶିଳ୍ପପତିଙ୍କ ସହ ଆଲୋଚନା କରି ସେମାନଙ୍କ ନିବେଶକ ସମ୍ପର୍କରେ ଅବଗତ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *