ଲୋକନାଥ ପୀଠ ପାଇଁ ୨୮ କୋଟି ମଞ୍ଜୁର

ପୁରୀ, ୧୪ା୭(ବୁ୍ୟରୋ): ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରୁ ଶ୍ରୀକ୍ଷେତ୍ରର ଶ୍ରୀଲୋକନାଥଙ୍କ ପୀଠ ଅନ୍ୟତମ । ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା ପୀଠ । ଏହାର ପୁନରୁଦ୍ଧାର କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୮କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଉନ୍ନତୀକରଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ । ସେଥିଲାଗି ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ ତଥା ଶ୍ରୀଲୋକନାଥ ପୀଠ ଟ୍ରଷ୍ଟିର ସଭାପତି ଭବତାରଣ ସାହୁଙ୍କ ନେତୃତ୍ୱରେ ଓବିସିସି, ତହସିଲ୍ଦାର ଓ କଣ୍ଟ୍ରାକ୍ଟରଙ୍କ ଉପସ୍ଥିତିରେ ମନ୍ଦିର ଚତୁଃପାଶ୍ୱର୍ ବୁଲି ଦେଖିଥିଲେ । ଏପରିକି ମନ୍ଦିରର ଉନ୍ନତି ସହ ବର୍ଷାଜଳ ନିଷ୍କାସନ, ଭେଣ୍ଡିଙ୍ଗ ଜୋନ୍, ରାସ୍ତା ପ୍ରଶସ୍ତୀକରଣ, ଡ୍ରେନେଜ୍, ପ୍ରବେଶ ପଥ, ଜାଗର ଓ ପଙ୍କୋଦ୍ଧାର ଏକାଦଶୀ ଓ ଶ୍ରାବଣରେ କାଉଡ଼ିଆମାନେ କିଭଳି ଭଲରେ ଦର୍ଶନ କରିବେ ସେ ନେଇ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ବିଶେଷ ଭାବେ ଭକ୍ତଙ୍କ ଲାଗି ବାଇକ ଷ୍ଟାଣ୍ଡ, ଶୌଚାଳୟ ସମେତ ଆବଶ୍ୟକ କାର୍ଯ୍ୟ କରାଯିବ । ସରକାରଙ୍କ ପକ୍ଷରୁ ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ଟଙ୍କା ବିନିମୟରେ କିଭଳି ମନ୍ଦିର ଓ ଚତୁଃପାଶ୍ୱର୍ ପୁନରୁଦ୍ଧାର ହେବ ସେ ନେଇ ବିଭିନ୍ନ ଅଧିକାରୀମାନଙ୍କ ସହ ସେବାୟତଙ୍କ ଉପସ୍ଥିତିରେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି । ଖୁବ୍ଶୀଘ୍ର ୧୪ ଏକର ପରିମିତ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ସୂଚନାଥାଉକି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ବାବା ଶ୍ରୀଲୋକନାଥ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *