ରଥ ଭଙ୍ଗା ଆରମ୍ଭ

ପ୍ରଥମ ଦିନରେ ଦର୍ପଦଳନ
ପୁରୀ (ବୁ୍ୟରୋ): ସିଂହଦ୍ୱାର ସମ୍ମୁଖରେ ରହିଥିବା ତିନିରଥ ମଧ୍ୟରୁ ଶୁକ୍ରବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଏହା ଭଙ୍ଗା ଯାଉଛି । ଏହି କାର୍ଯ୍ୟରେ ୧ଠରୁ ଊଦ୍ଧ୍ୱର୍ ଭୋଇ ସେବକ ନିୟୋଜିତ ହୋଇଛନ୍ତି । ସକାଳେ ଦର୍ପଦଳନ ରଥରେ ଭୋଇ ସେବାୟତମାନେ ଲଡୁ ମାହାର୍ଦ୍ଦ ଓ ନଡ଼ିଆ ଆଣି ରଖିଥିଲେ । ଭୋଇ ସର୍ଦ୍ଦାର ରଥରେ ନଡ଼ିଆ ବାଡ଼େଇବା ପରେ ଆରମ୍ଭ ହୋଇଥିଲା ରଥଭଙ୍ଗା କାମ । ଉପରଆଡୁ ରଙ୍ଗ ଭଙ୍ଗା ଯାଉଛି ।
ପ୍ରଥମ ଦିନରେ ରଥର କଳସ, ଖପୁରୀ, ପାରାଭାଡ଼ି, ପୋଟଳ ପାରେଣୀ ଖମ୍ବି ଓ ଓରା, ତୃତୀୟ ଭୂଇଁ, ଦ୍ୱିତୀୟ ଭୂଇଁ, ସିଂହାସନ, ପ୍ରଭା, ଧୂଳିଦଣ୍ଡା ଭଙ୍ଗାଯାଇଛି । ରଥରୁ ବାହାରିଥିବା କାଠକୁ ଦୋଳବେଦୀ ପରିସରରେ ରଖାଯାଇଛି । ଏଥିମଧ୍ୟରୁ କେତେକ କାଠ ଠାକୁରଙ୍କ କୋଠଭୋଗ ଜାଳେଣି ପାଇଁ ବ୍ୟବହାର କରାଯିବ ଓ ରଥର ପ୍ରଭା, ଚକ, ଗୁଜ, ଅସୁଆରୀ ଆଦି ବିକି୍ର କରାଯିବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ ସୂଚନା ଦେଇଛନ୍ତି । ଦର୍ପଦଳନ ରଥ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ଆହୁରି ୩ରୁ ୪ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନର ନିର୍ଦେଶ ମିଳିଲା ପରେ ଭୋଇ ସେବାୟତମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଭଙ୍ଗାକାମ ଆରମ୍ଭ କରିଥିଲା ବେଳେ ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ ବୋଲି ଜଣାପଡ଼ିଛି । ବିଶେଷ ଭାବରେ ତିନି ରଥରେ ବ୍ୟବହାର ହୋଇଥିବା ଚକକୁ ଗୁଣ୍ଡିଚା ମନ୍ଦିରରେ ସଂରକ୍ଷିତ ଭାବରେ ରଖାଯିବ । ଯେଉଁ ଭକ୍ତମାନେ ରଥର କିଛି ଅଂଶ ନେବାକୁ ଚାହୁଁଥିଲେ ସେମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ନେଇ ପାରିବେ । ତିନି ରଥରେ ବ୍ୟବହୃତ କଣ୍ଟାକୁ କାହାରିକୁ ଦିଆଯାଇ ନାହିଁ । ସେହି କଣ୍ଟାକୁ କମାର ସେବାୟତମାନେ ନେଇଥାନ୍ତି । ଆସନ୍ତା ବର୍ଷ ମହାପ୍ରଭୁଙ୍କ ରଥ ନିର୍ମାଣ ହେବା ସମୟରେ ଏହି କଣ୍ଟାକୁ ବ୍ୟବହାର କରିଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *