ମାରିବାକୁ ଶପଥ ନେଇଥିଲା ଗୋପାଳ

ନବ ଦାସ ହତ୍ୟାକାଣ୍ଡ: କ୍ରାଇମ ବ୍ରାଞ୍ଚ ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର, ୧୪ା୭(ବୁ୍ୟରୋ): ନବ ଦାସଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ·ର୍ଜସିଟରେ ଏପରି ·ଞ୍ଚଲ୍ୟକର ତଥ୍ୟ ଉଲ୍ଲେଖ ରହିଛି ।
·ର୍ଜସିଟ୍ ଅନୁସାରେ, ପୂର୍ବରୁ ବି ବ୍ରଜରାଜନଗରରେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ଉଦ୍ୟମ କରିଥିଲା । କିଶୋର ମହାନ୍ତିଙ୍କ ପ୍ରତିମର୍ତ୍ତି ଉନ୍ମୋଚନ ବେଳେ ହତ୍ୟା ଉଦ୍ୟମ କରିଥିଲା, କିନ୍ତୁ ସେଦିନ ଗୋପାଳକୁ କୌଣସି ସୁଯୋଗ ମିଳି ନଥିବା ତଥ୍ୟରୁ ଜଣା ପଡିଛି । ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ସାମ୍ନାକୁ ଆସିପାରି ନାହିଁ ।
ଭାଇ ସତ୍ୟନାରାୟଣ ଦାସଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇଥିଲା ଗୋପାଳ । ଏଠାରେ ଲଣ୍ଡା ହୋଇ ନବ ଦାସଙ୍କୁ ମାରିବାକୁ ଶପଥ ନେଇଥିଲେ । ଏଥିପାଇଁ ସୁଯୋଗ ଅପେକ୍ଷାରେ ଥିଲେ ଗୋପାଳ ।
ଗୋପାଳ ବଡ଼ମାଲ ଥାନାରେ ଥିବାବେଳେ ଅନେକ ସମୟରେ ଟ୍ରାଫିକ୍ ଡ୍ୟୁଟି କରୁଥିଲେ । ର୍ନିବାଚନ ବେଳେ ଦିନେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ ଗୋପାଳ ଦାସ । ଏହି ସମୟରେ ନବ ଦାସଙ୍କ ସମର୍ଥକ ତାଙ୍କୁ ଧମକାଇବା ସହ ଗାଳିଗୁଳଜ କରିଥିଲେ । ନବଙ୍କ ସମର୍ଥକଙ୍କ ଧମକ ପାଇ ଭୟଭୀତ ହୋଇ ଯାଇଥିବା ଗୋପାଳ ଦାସ ଚେକିଂ ନ କରି ଗାଡ଼ି ଛାଡ଼ି ଦେଇଥିଲେ । ଏହି ଘଟଣା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଅନୁଭବ କରୁଥିଲେ ଗୋପାଳ ଦାସ । ତେଣୁ ନିଜେ ମରିବା ପୂର୍ବରୁ ନବ ଦାସଙ୍କୁ ମାରିବା ପାଇଁ ଗୋପାଳ ମନସ୍ଥ କରି ଏହି କାଣ୍ଡ ଭିଆଇଥିବା କ୍ରାଇମବ୍ରାଞ୍ଚ ·ର୍ଜସିଟ୍ ଉଲ୍ଲେଖ ଅଛି ।
ଜାନୁଆରୀ ୨୯ ତାରିଖରେ ତକ୍ରାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ଗୋପାଳ ବର୍ତ୍ତମାନ ଜେଲରେ ଦିନ କାଟୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *