ଓଡ଼ିଶାକୁ ୭ଠ୭.୬ କୋଟି

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ରୀୟ ଅନୁଦାନ
ନୂଆଦିଲ୍ଲୀ,୧୨ା୭: ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ବୁଧବାର ୨୨ଟି ରାଜ୍ୟକୁ ୭୫୩୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଅନୁଦାନ ରାଶିର ସର୍ବାଧିକ ଅର୍ଥ ମହାରାଷ୍ଟ୍ର ବିପର୍ଯ୍ୟୟ ପାଣ୍ଠିକୁ ପ୍ରଦାନ କରାଯାଇଛି । ମହାରାଷ୍ଟ୍ର ପାଇଛି ୧୪୨୦ କୋଟି ୮୦ ଲକ୍ଷ ଟଙ୍କା । ଓଡ଼ିଶାକୁ ମିଳିଛି ୭୦୭ କୋଟି ୬୦ ଲକ୍ଷ ଟଙ୍କାର ଅନୁଦାନ ।
କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସକ୍ରମେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ପକ୍ଷରୁ ବୁଧବାର ଅନୁଦାନ ରାଶି ଜାରି କରାଯାଇଛି ।
ସୂଚନା ଅନୁଯାୟୀ ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଥିବାରୁ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧୀୟ ଗାଇଡ୍ଲାଇନ୍କୁ ମଧ୍ୟ କେନ୍ଦ୍ର ସରକାର କୋହଳ କରିଛନ୍ତି । ସେଥିରେ କୁହାଯାଇଛି, ପୂର୍ବବର୍ଷ ରାଜ୍ୟମାନଙ୍କୁ ଦିଆଯାଇଥିବା ଅନୁଦାନ ରାଶିର ଉପଯୋଗ ପ୍ରମାଣପତ୍ରକୁ ଅପେକ୍ଷା ନକରି ରାଜ୍ୟମାନଙ୍କୁ ତକ୍ରାଳ ସହାୟତା ଆକାରରେ ଏହି ଅନୁଦାନ ରାଶି ଜାରି କରାଯାଇଛି । ସବୁ ରାଜ୍ୟ କେବଳ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଉକ୍ତ ଅର୍ଥ ବିନିଯୋଗ କରିପାରିବେ ।
ଅନ୍ୟାନ୍ୟ ରାଜ୍ୟକୁ ଦିଆଯାଇଥିବା ଅନୁଦାନ ପରିମାଣ ହେଲା: ଆନ୍ଧ୍ର ପ୍ରଦେଶକୁ ୪୯୩.୬ କୋଟି, ଅରୁଣାଚଳ ପ୍ରଦେଶକୁ ୧୧୦.୪ କୋଟି, ଆସାମକୁ ୩୪୦.୪ କୋଟି, ବିହାରକୁ ୬୨୪.୪ କୋଟି, ଛତିଶଗଡ ୧୮୧.୬ କୋଟି, ଗୋଆକୁ ୪ କୋଟି ୮୦ ଲକ୍ଷ, ଗୁଜରାଟକୁ ୫୮୪ କୋଟି, ହରିଆଣାକୁ ୨୧୬.୮ କୋଟି, ହିମାଚଳ ପ୍ରଦେଶକୁ ୧୮୦.୪ କୋଟି, କର୍ଣ୍ଣାଟକକୁ ୩୪୮.୮ କୋଟି, କେରଳକୁ ୧୩୮.୮ କୋଟି, ମଣିପୁରକୁ ୧୮.୮ କୋଟି, ମେଘାଳୟକୁ ୨୭.୨ କୋଟି, ମିଜୋରାମକୁ ୨୦.୮ କୋଟି, ପଞ୍ଜାବକୁ ୨୧୮.୪ କୋଟି, ତାମିଲନାଡୁକୁ ୪୫୦ କୋଟି, ତେଲେଙ୍ଗାନାକୁ ୧୮୮.୮ କୋଟି, ତ୍ରିପୁରାକୁ ୩୦.୪ କୋଟି, ଉତ୍ତର ପ୍ରଦେଶକୁ ୮୧୨ କୋଟି, ଉତ୍ତରାଖଣ୍ଡକୁ ୪୧୩.୨ କୋଟି ଟଙ୍କା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *