ସରକାର ବିକିବେ ଟମାଟୋ

ନୂଆଦିଲ୍ଲୀ,୧୨ା୭: ଦେଶ ସାରା ଟମାଟୋ ଦର ଅତ୍ୟଧିକ ବୃଦ୍ଧି ପାଇଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ଶସ୍ତାରେ ଲୋକଙ୍କୁ ଟମାଟୋ ଯୋଗାଇବା ପାଇଁ ଯୋଜନା କରିଛନ୍ତି । ଖାଉଟୀ ବ୍ୟାପାର ବିଭାଗ ପକ୍ଷରୁ ନାଫେଡ୍ ଓ ଏନ୍ସିସିଏଫ୍ ଜରିଆରେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଟମାଟୋ କମ୍ ଦରରେ କିଣାଯାଇ ଅନ୍ୟ ରାଜ୍ୟରେ ବିକ୍ରି କରାଯିବ । ଏବେ ଅଧିକାଂଶ ରାଜ୍ୟରେ ଟମାଟୋ କେଜି ଦର ୧୦୦ ଟଙ୍କା ଟପିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ସବୁ ସ୍ଥାନରେ ଟମାଟୋ ଷ୍ଟକ୍ ରଖାଯିବ ସେଗୁଡିକୁ ଗତ ମାସର ଖୁଚୁରା ଦର ଆଧାରରେ ଚିହ୍ନଟ କରାଯାଇଛି । ଅନେକ ରାଜ୍ୟକୁ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରୁ ଟମାଟୋ ଆସିଥାଏ । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଟମାଟୋ ଫସଲ ଅମଳ ହେବା ଆଶା କରାଯାଉଛି । ନୂଆ ଟମାଟୋ ବଜାରକୁ ଆସିଲେ ଦର କମିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *