ବେଙ୍ଗଲୁରୁ ବୈଠକରେ ଯୋଗଦେବେ ସୋନିଆ

ନୂଆଦିଲ୍ଲୀ,୧୨ା୭: ଆସନ୍ତା ୧୭ ଓ ୧୮ ତାରିଖ ଦିନ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ବୈଠକରେ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ସୋନିଆ ଗାନ୍ଧି ଯୋଗଦେବେ । ପ୍ରଥମ ଦିନର ଆଲୋଚନା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବିରୋଧୀ ନେତାମାନଙ୍କ ପାଇଁ ଏକ ଡିନର ପାର୍ଟି ଆୟୋଜନ କରିଛନ୍ତି । ପାଟନା ବୈଠକରେ ୧୫ଟି ଦଳର ନେତା ଯୋଗଦେଇଥିଲେ । ବେଙ୍ଗାଲୁରୁ ବୈଠକରେ ୨୪ ଦଳର ନେତା ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହି ନୂଆ ଦଳଗୁଡିକ ମଧ୍ୟରେ ଏମ୍ଡିଏମ୍କେ, ବିସିକେ, ରିଭୋଲୁ୍ୟସନରୀ ସ୍ପେଶାଲିଷ୍ଟ ପାର୍ଟି, ଫରୱାର୍ଡ ବ୍ଲକ୍, ଇଣ୍ଡିଆନ୍ ୟୁନିୟନ ମୁସ୍ଲିମ୍ ଲିଗ୍ ଓ କେରଳ କଂଗ୍ରେସ (ମଣି) ଅନ୍ୟତମ । ଏହାବାଦ୍ ରାଷ୍ଟ୍ରୀୟ ଲୋକ ଦଳର ଅଧ୍ୟକ୍ଷ ଜୟନ୍ତ ଚୌଧରୀ ବେଙ୍ଗାଲୁରୁ ବୈଠକକୁ ଆସିବା ସମ୍ଭାବନା ଅଛି । ଆମ୍ ଆଦ୍ମୀ ପାର୍ଟିକୁ ପୂର୍ବରୁ କଂଗ୍ରେସ ଆମନ୍ତ୍ରଣ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *