୭ କର୍ମଚାରୀ ସସ୍ପେଣ୍ଡ୍

ବାହାନଗା ଟ୍ରିପଲ୍ ଟ୍ରେନ୍ ଟ୍ରାଜେଡି
ବାଲେଶ୍ୱର, ୧୨ା୭(ଆପ୍ର): ବହୁଚର୍ଚ୍ଚିତ ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଦାୟିତ୍ୱରେ ଅବହେଳା କାରଣରୁ ୭ ଜଣ ରେଳ କର୍ମ·ରୀଙ୍କୁ ନିଲମ୍ବନ କରାଯାଇଛି । ବୁଧବାର ବାଲେଶ୍ୱରଠାରେ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ର ସାମ୍ବାଦିକମାନଙ୍କୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଡୁ୍ୟଟି ସମୟରେ ସତର୍କ ହୋଇ ନ ଥିବାରୁ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଏବଂ ମେଣ୍ଟନର ସମେତ ୭ ଜଣଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ କର୍ମ·ରୀ ଅଛନ୍ତି । ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ରହିଛି । ସେଥିପାଇଁ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଯଦି ଏହି କର୍ମ·ରୀମାନେ ସତର୍କ ରହିଥାନ୍ତେ, କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା ।
ନିୟମ ଅନୁଯାୟୀ, କୌଣସି କର୍ମଚାରୀ ଗିରଫ ହେବାର ୨୪ ଘଣ୍ଟା ଭିତରେ ନ ମୁକୁଳିଲେ ତାଙ୍କୁ ସସ୍ପେଣ୍ଡ୍ କରାଯାଇଥାଏ । ସେହି ଅନୁସାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ୩ କର୍ମଚାରୀ ପୂର୍ବରୁ ସସ୍ପେଣ୍ଡ ହୋଇଛନ୍ତି । ଅନ୍ୟ ୪ ଜଣଙ୍କ ନିଲମ୍ବନ ଆଦେଶ ଶୁକ୍ରବାର ଜାରି କରାଯାଇଛି । ତେବେ ସେମାନଙ୍କ ନାମ ପ୍ରକାଶ କରାଯାଇ ନାହିଁ । ଏହି ୪ ଜଣଙ୍କ ମଧ୍ୟରେ ଅଛନ୍ତି- ଦୁର୍ଘଟଣା ଦିନ ଡୁ୍ୟଟିରେ ଥିବା ଷ୍ଟେସନ୍ ମାଷ୍ଟର, ବାଲେଶ୍ୱରର ଯାତାୟାତ ନିରୀକ୍ଷକ, ସିଗ୍ନାଲ୍ ଟେକ୍ନିସିଆନ୍ ଓ ସହାୟକ ମଣ୍ଡଳ ସିଗ୍ନାଲ୍ ତଥା ଦୂରସଂଚାର ଇଞ୍ଜିନିୟର ।
ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନ ରେଳବାଇ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷକରି ସିଗନାଲ, ବେଷୟିକ ତ୍ରୁଟି ଓ କର୍ମ·ରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା । ସିଗ୍ନାଲିଂ ସର୍କିଟ୍ ବଦଳାଯିବା ବେଳେ ବେଷୟିକ ତ୍ରୁଟି ଯୋଗୁଁ ଇଣ୍ଟରଲକିଂ ସିଷ୍ଟମ୍ ପ୍ରଭାବିତ ହୋଇଥିଲା ଓ ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି କମିସନ ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟ ଆଧାରରେ ଉକ୍ତ ଗିରଫଦାରୀ ହୋଇଥିବା କୁହାଯାଉଛି । ଦୁର୍ଘଟଣା ପଛରେ କୌଣସି ଅନ୍ତର୍ଘାତୀ ବା ଷଡଯନ୍ତ୍ର ଥିବା ଏ ଯାଏ ସ୍ପଷ୍ଟ ହୋଇନାହିଁ । ଗିରଫ ହୋଇଥିବା ୩ ରେଳ କର୍ମ·ରୀ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ପୁଣି ଥରେ ୪ ଦିନିଆ ରିମାଣ୍ଡରେ ନେଇଛି । ଜୁଲାଇ ୭ ତାରିଖ ଦିନ ଏହି ତିନି ଜଣଙ୍କୁ ଧାରା ୩୦୪ (ଜାଣିଶୁଣି ମୃତୁ୍ୟ ମୁହଁକୁ ଠେଲିଦେବା) ଓ ୨୦୧ (ଅପରାଧିକ ପ୍ରମାଣ ନଷ୍ଟ କରିବା ଅଭିଯୋଗ)ରେ ଗିରଫ କରିଥିଲା ସିବିଆଇ । ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିବା ଜୁନ୍ ୨ ତାରିଖର ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *