ଇଡି ମୁଖ୍ୟଙ୍କ ତୃତୀୟ କାର୍ଯ୍ୟକାଳ ବୃଦ୍ଧି ଅବୈଧ
ନୂଆଦିଲ୍ଲୀ, ୧୧ା୭: ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି)ର ନିଦେ୍ର୍ଦଶକ ଭାବେ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସଞ୍ଜୟ ମିଶ୍ର ୩୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଇଡି ନିଦେ୍ର୍ଦଶକ ପଦବୀରେ ରହିବେ । ଆଗକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ଦ୍ୱାରା ସମୀକ୍ଷା ବୈଠକ ଥିବାରୁ ସେ ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ତା’ପରେ କେନ୍ଦ୍ର ସରକାର ନିଶ୍ଚିତ ଭାବେ ଜଣେ ନୂଆ ମୁଖ୍ୟ ନିଯୁକ୍ତ କରିବେ ବୋଲି ବୋଲି କୋର୍ଟ କହିଛନ୍ତିି । ସୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପ୍ରସଙ୍ଗରେ ଜଷ୍ଟିସ ବିଆର ଗାଭାଇ, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସୟ କରୋଲଙ୍କ ଖଣ୍ଡପୀଠ ଶୁଣାଣି ମେ ୮ ରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।
ସଞ୍ଜୟ କୁମାର ମିଶ୍ରା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି )ର ମୁଖ୍ୟ ଭାବେ ୨୦୧୮ ନଭେମ୍ବର ମାସରେ ଦାୟିତ୍ୱ ନେଇଥିଲେ । ସେ ଦୁଇ ବର୍ଷ ପରେ ତାଙ୍କୁ ୬୦ ବର୍ଷ ହେବା ପରେ ସେ ଏହି ପଦବୀରୁ ଅବସର ନେବା କଥା । କିନ୍ତୁ ୨୦୨୦ ନଭେମ୍ବରରେ ସରକାର ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦେଇଥିଲେ । ତା’ପରେ ତାଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ଥର ବାଢ଼ାଯାଇଛି । ବାରମ୍ବାର ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଉଥିବାରୁ ବିରୋଧୀ ଦଳଗୁଡ଼ିକ ଏହାକୁ କଡ଼ା ବିରୋଧ କରି ଆସୁଥିଲେ । ସେମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଯେ କେନ୍ଦ୍ର ସରକାର ଇଡି ଓ ସିବିଆଇକୁ ରାଜନୀତିକ ବିରୋଧୀଙ୍କ ବିପକ୍ଷରେ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି ।
ନଭେମ୍ବର ୨୦୧୮ ରେ ସଞ୍ଜୟ ମିଶ୍ରାଙ୍କୁ ଇଡିର ନିଦେ୍ର୍ଦଶକ ଭାବେ ନିଯୁକ୍ତି ମିଳିଥିଲା । ୨୦୨୦ ରେ ସେ ଅବସର ନେବା କଥା । ତୃତୀୟ ଥର ପାଇଁ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।
କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ ଯେ ଏସ୍କେ ମିଶ୍ର ପୋଲିସର ମହାନିଦେ୍ର୍ଦଶକ ନୁହଁନ୍ତି, କିନ୍ତୁ ସେ ଆନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରୁଛନ୍ତି । ସେଥିପାଇଁ ସଂସଦ ଏକ ସଚେତନ ନିଷ୍ପତ୍ତି ନେଇଛି । ମିଶ୍ରା ନଭେମ୍ବରରୁ ଅବସର ନେବେ । ଗତ ଶୁଣାଣିରେ ମଧ୍ୟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଇଡି ନିଦେ୍ର୍ଦଶକଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ସପକ୍ଷରେ ଯୁକ୍ତି ବାଢିଥିଲେ । ତେବେ ଗଣତନ୍ତ୍ରର ବୃହତ ସ୍ୱାର୍ଥରେ ଏହି ସଂଶୋଧନକୁ ଖଣ୍ଡନ କରିବାକୁ ଆମିକସ୍ କୁ୍ୟରି କେଭି ବିଶ୍ୱନାଥନ୍ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଥିଲେ । ଭବିଷ୍ୟତରେ ସରକାର ଏହାର ଅପବ୍ୟବହାର କରିବେ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ ।