୬ ବର୍ଷରେ ବିଜେଡିକୁ ୬୯୩ କୋଟି ଚାନ୍ଦା

ନୂଆଦିଲ୍ଲୀ, ୧୧ା୭: ୨୦୧୬-୧୭ରୁ ୨୦୨୧-୨୨ ଏହି ୬ ବର୍ଷରେ ୭ଟି ଜାତୀୟ ଦଳ ଓ ୨୪ ଆଞ୍ଚଳିକ ଦଳ ଚାନ୍ଦା ଆକାରରେ ମୋଟ୍ ୯୧୮୮.୩୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ଆଞ୍ଚଳିକ ଦଳଗୁଡିକ ମଧ୍ୟରୁ ବିଜେଡିକୁ ୬୯୨.୬୦ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଏଥିରୁ ଇଲେକଟୋରାଲ ବଣ୍ଡ ଜରିଆରେ ୬୨୨ କୋଟି ଟଙ୍କା, କର୍ପୋରେଟ ଡୋନେସନରୁ ୬୭.୨୮ କୋଟି ଟଙ୍କା ଓ ଅନ୍ୟାନ୍ୟ ସୂତ୍ରରୁ ୩.୩୨ କୋଟି ଟଙ୍କା ମିଳିଛି । ଆଞ୍ଚଳିକ ଦଳ ଭିତରେ ଇଲେକଟୋରାଲ ବଣ୍ଡ ·ନ୍ଦାରେ ବିଜେଡି ୧ ନମ୍ବରରେ ରହିଛି ।
୨୦୧୭ରୁ ୨୦୨୨ ଭିତରେ ବିଜେଡିକୁ ବଣ୍ଡ ମାଧ୍ୟମରେ ମିଳିଛି ୬୨୨ କୋଟି । ଆଞ୍ଚଳିକ ଦଳ ଭିତରେ ଦୁଇ ନମ୍ବରରେ ଡିଏମ୍କେ, ତିନି ନମ୍ବରରେ ଟିଆର୍ଏସ୍ । ୭ ଜାତୀୟ ଦଳ ଭିତରେ ବିଜେପିକୁ ମିଳିଛି ସବୁଠାରୁ ଅଧିକ ·ନ୍ଦା
ବିଜେପିକୁ ବଣ୍ଡରେ ୫୨% ·ନ୍ଦା ମିଳିଥିବାବେଳେ ବିଜେଡିକୁ ମିଳିଛି ୮୯.୮୧% । ୨୦୧୮ ପରେ ଇଲେକଟୋରାଲ ବଣ୍ଡ ଆସିବା ପରେ ରାଜନୈତିକ ଦଳଗୁଡ଼ିକୁ ବଣ୍ଡରେ କିଏ ·ନ୍ଦା ଦେଲେ ତାହା ସର୍ବସାଧାରଣରେ ପ୍ରକାଶ ପାଉନାହିଁ । ଆଉ ଏହାର ସୁବିଧା ନେବାରେ ଦେଶର ୨୪ଟି ଆଞ୍ଚଳିକ ଦଳ ଭିତରେ ଆଗରେ ରହିଛି ବିଜୁ ଜନତା ଦଳ ବା ବିଜେଡି । ଏଡିଆର ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟରେ ୭ଟି ଜାତୀୟ ଦଳ ଓ ୨୪ଟି ଆଞ୍ଚଳିକ ଦଳର ·ନ୍ଦାକୁ ନେଇ ତୁଳନା କଲାବେଳେ ଏହି ତଥ୍ୟ ପଦାକୁ ଆସିଛି ।
୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ଅର୍ଥôକ ଗତ ୬ ବର୍ଷର ଅଡିଟ ରିପୋର୍ଟରୁ ଏହି ତଥ୍ୟ ମିଳିଛି । ୬ ବର୍ଷରେ ବିଜେଡିକୁ ୬୯୨.୬୦ କୋଟି ଟଙ୍କା ·ନ୍ଦା ମିଳିଥିବାବେଳେ ଏଥିରୁ ଇଲେକଟୋରାଲ ବଣ୍ଡ ଜରିଆରେ ୬୨୨ କୋଟି ଟଙ୍କା, କର୍ପୋରେଟ ଡୋନେସନରୁ ୬୭.୨୮ କୋଟି ଟଙ୍କା ଓ ଅନ୍ୟାନ୍ୟ ସୂତ୍ରରୁ ୩.୩୨ କୋଟି ଟଙ୍କା ମିଳିଛି । ଇଲେକଟୋରାଲ ବଣ୍ଡରେ ୨୪ଟି ଆଞ୍ଚଳିକ ଦଳରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଅର୍ଥôକ ୮୯.୮୧ ପ୍ରତିଶତ ·ନ୍ଦା ବଣ୍ଡ ଆକାରରେ ମିଳିଛି । ବଣ୍ଡ ବାଟେ ଡିଏମେକ ଦ୍ୱିତୀୟ ସର୍ବାଧିକ ୪୩୧.୫୦ କୋଟି ଟଙ୍କା ପାଇଛି । ଟିଆରଏସ୍ ବଣ୍ଡ ବାଟେ ୩୮୩.୬୫ କୋଟି ଟଙ୍କା ·ନ୍ଦା ପାଇ ତୃତୀୟ ସ୍ଥାନରେ ରହିଛି ।
ଜାତୀୟ ଦଳ ଭିତରେ ବିଜେପି ଅନ୍ୟ ୬ଟି ଜାତୀୟ ଦଳ ତୁଳନାରେ ଏହି ୬ ବର୍ଷରେ ତିନି ଗୁଣ ଅଧିକ ·ନ୍ଦା ପାଇଛି । ତେବେ ବିଜେପିକୁ ୬ ବର୍ଷରେ ସର୍ବାଧିକ ୧୦,୧୨୨.୦୩ କୋଟି ଟଙ୍କା ·ନ୍ଦା ମିଳିଥିବାବେଳେ ଏଥିରୁ ମାତ୍ର ୫୨% ଅର୍ଥାତ୍ ୫୨୭୧.୯୭ କୋଟି ଟଙ୍କା ବଣ୍ଡ ବାଟେ ମିଳିଛି । ସେହି ୬ ବର୍ଷରେ କଂଗ୍ରେସକୁ ଦ୍ୱିତୀୟ ସର୍ବାଧିକ ୧୫୪୭.୪୩ କୋଟି ଟଙ୍କା ·ନ୍ଦା ମିଳିଥିବାବେଳେ ଏଥିରୁ ୬୧.୫୪% ·ନ୍ଦା ଇଲେକଟୋରାଲ ବଣ୍ଡ ବାଟେ ମିଳିଛି । ତୃଣମୂଳ କଂଗ୍ରେସକୁ ୮୨୩.୦୩ କୋଟି ଟଙ୍କା ·ନ୍ଦା ମିଳିଥିବାବେଳେ ଏଥିରୁ ୯୩.୨୭ ପ୍ରତିଶତ ଅର୍ଥାତ୍ ୭୬୭.୮୮ କୋଟି ଟଙ୍କା ବଣ୍ଡ ବାଟେ ·ନ୍ଦା ମିଳିଛି । ବଣ୍ଡକୁ ହଟାଇବା ପାଇଁ ଓ ଦାତାଙ୍କ ନାଁ ସର୍ବସାଧାରଣରେ ପ୍ରକାଶ କରିବାକୁ ଏଡିଆର ପକ୍ଷରୁ ବାରମ୍ବାର ଦାବି କରାଯାଉଛି ।
ଏଡିଆର୍ ରିପୋର୍ଟରେ ଯେଉଁ ସମୟ ସୀମା ଉଲ୍ଲେଖ କରାଯାଇଛି ତାହା ତାତ୍ପର୍ଯ୍ୟପୂର୍ଣ୍ଣ । କାରଣ ଏହି ସମୟ ଭିତରେ (୨୦୧୮ରେ) ରାଜନୈତିକ ପ୍ରାୟୋଜନ ସମ୍ବନ୍ଧୀୟ ବଣ୍ଡ ସ୍କିମ୍ ଆଗତ ହେବା ସହିତ ଫାଇନାନ୍ସ ଆକ୍ଟ ୨୦୧୭ରୁ କମ୍ପାନୀମାନଙ୍କ ରାଜନୈତିକ ଚାନ୍ଦା ପ୍ରଦାନ ସୀମା (୭.୫%)କୁ ହଟାଇ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ ସବୁ ରାଜନୈତିକ ଦଳର ଚାନ୍ଦା ଆଦାୟର ମୁଖ୍ୟ ଉତ୍ସ ହୋଇଛି ଏହି ଇଲେକ୍ଟୋରାଲ୍ ବଣ୍ଡ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *