ପଥର ଧସି ରେଳ ଲାଇନ୍ ଅଚଳ

ପଥର ଧସି ରେଳ ଲାଇନ୍ ଅଚଳକୋରାପୁଟ, ୧ଠା୭(ଆପ୍ର): ବିଶାଖାପାଟଣା-କୋତବାଲସା-କିରୁଣ୍ଡଲ ରେଳପଥରେ ରେଳ ଚଳାଚଳ ଅଚାନକ ବନ୍ଦ ରହିଛି । କୋରାପୁଟ ରେଳ ଷ୍ଟେସନଠାରୁ ୧୧୭ କିଲୋମିଟର ଦୂର କୋତାବାଲସା ନିକଟରେ ପାହାଡରୁ ପଥର ଖସି ରେଳ ଧାରଣା ଉପରେ ପଡି ରହିଥିବାରୁ ରେଳ ଚଳାଚଳକୁ ଅସ୍ଥାୟୀଭାବେ ବନ୍ଦ କରାଯାଇଛି । ଘଟଣାସ୍ଥଳକୁ ରେଳବାଇର ସୁରକ୍ଷା ଓ ରେସ୍କୁ୍ୟ ଟିମ୍ ଯାଇ ମରାମତି କାର୍ଯ୍ୟ ଜାରି ରଖିଛନ୍ତି ।
ରେଳ ଧାରଣା ଉପରୁ ପଥର ଉଠାଯାଇ ପାରି ନ ଥିବାରୁ ୪ଟି ଟ୍ରେନ୍କୁ ବାତିଲ କରିଦିଆଯାଇଛି । ସେହି ଟ୍ରେନ୍ଗୁଡିକ ହେଲା- ବିଶାଖାପାଟଣା-କିରିଣ୍ଡୁଲ, କିରିଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ୍ ଏବଂ ବିଶାଖାପାଟଣା-କିରିଣ୍ଡୁଲ ମଧ୍ୟରେ ଚଳାଚଳ କରୁଥିବା ୨ ପାସେଞ୍ଜର ଟ୍ରେନ୍ । ରାତ୍ରୀକାଳୀନ ଏକ୍ସପ୍ରେସକୁ ରାୟଗଡ଼ା ଦେଇ ଦିଗ ପରିବର୍ତ୍ତନ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି ରେଳ ବିଭାଗ ବରିଷ୍ଠ କମର୍ସିଆଲ ମ୍ୟାନେଜର ।
ପ୍ରବଳ ବର୍ଷା ଯୋଗୁଁ ପାହାଡରୁ ବଡ ବଡ ପଥର ଖସିଛି । ଏହାଫଳରେ ରେଳଲାଇନ୍ କଡରେ ଥିବା ବିଦୁ୍ୟତ୍ ଖୁଣ୍ଟଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *