ପଞ୍ଚାୟତକୁ ୫ଠ ଲକ୍ଷ

କ୍ୟାବିନେଟ୍ ବୈଠକରେ ୯ ପ୍ରସ୍ତାବକୁ ମୋହର
ଭୁବନେଶ୍ୱର, ୧ଠା୭(ବୁ୍ୟରୋ): ‘ଆମ ଗାଁ ଆମ ବିକାଶ’ର ସଂଶୋଧନପୂର୍ବକ ‘ଆମ ଓଡିଶା ନବୀନ ଓଡିଶା’ ନାମରେ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଯୋଜନା ବାଦ୍ ଅନ୍ୟ ୮ଟି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି ।
କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଓ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ୨୦୧୮ରେ ରାଜ୍ୟ ସରକାର ‘ଆମ ଗାଁ ଆମ ବିକାଶ’ ଯୋଜନା ପ୍ରଣୟନ କରିଥିଲେ । ତାହାର ନିୟମାବଳୀରେ ସଂଶୋଧନ କରାଯାଇ ଯୋଜନାକୁ ‘ଆମ ଓଡିଶା ନବୀନ ଓଡିଶା’ ନାମରେ ପ୍ରଚଳନ କରିବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ୨୦୨୩-୨୪ ଆର୍ଥôକ ବର୍ଷରେ ଏହି ଯୋଜନାରେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୪ ହଜାର କୋଟି ଟଙ୍କା ବ୍ୟୟ କରାଯିବ । ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା, ପ୍ରାଥମିକ ଶିକ୍ଷାର ଉନ୍ନତୀକରଣ, ମହିଳା ଓ ଯୁବ ସଶକ୍ତୀକରଣ ଲକ୍ଷ୍ୟ ହାସଲ ଲାଗି ଭିତ୍ତିଭୂମି ବିକାଶ, କ୍ରିଡାର ବିକାଶ, ବ୍ୟାଙ୍କିଙ୍ଗ୍ ଓ ଡିଜିଟାଲ୍ ସେବା ପାଇଁ ଭିତ୍ତିଭୂମିର ଉନ୍ନତୀକରଣ ବାବଦରେ ଏହି ଅର୍ଥ ବ୍ୟୟ ହେବ । ପ୍ରତ୍ୟେକ ପଞ୍ଚାୟତକୁ ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଧାର ଲାଗି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ପ୍ରତ୍ୟେକ ପ୍ରକଳ୍ପର ପରିମାଣ ଅଢେଇ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ପଞ୍ଚାୟତ ସମିତି ଆନୁକୂଲ୍ୟରେ ବିଭାଗୀୟ ସ୍ତରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପଞ୍ଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ୍ ସ୍ତରରେ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଓ ଜିଲ୍ଲାପରିଷଦ ସଭାପତିଙ୍କ ସ୍ୱାକ୍ଷରରେ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଯିବ ।
ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ଅଧୀନରେ ଓଡିଏସ୍ଏସ୍ପି ଯୋଜନାର ପଞ୍ଚମ ପର୍ଯ୍ୟାୟରେ ବିଦୁ୍ୟତ୍ ବିତରଣ ଭିତ୍ତିଭୂମିର ସୁଦୃଢୀକରଣ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ପୁରୁଣା ଓ କ୍ଷତିଗ୍ରସ୍ତ ବିଦୁ୍ୟତ୍ ତାର ପରିବର୍ତ୍ତନ ସହ ନୂଆ ୩୩ ଓ ୧୧ କେଭି ଲାଇନ୍ ପାଇଁ ୩୮୪୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର କଲେଜକୁ ମାଗଣାରେ ୮ ଏକର ୬୯୩ ଡିସିମିଲି ଏବଂ କୋରାପୁଟ ଜିଲ୍ଲାର ଲମତାପୁଟ ଡିଗ୍ରୀ କଲେଜ କୋଠା ନିର୍ମାଣ ପାଇଁ ବିନା ପ୍ରିମିୟମରେ ୫ ଏକର ଜମି ଯୋଗାଇ ଦିଆଯିବ ।
କେନ୍ଦ୍ରାପଡାର ଖରସ୍ରୋତା ନଦୀରେ ଆଳି ଓ ରାଜକନିକା ବ୍ଲକ୍କୁ ସଂଯୋଗ କରୁଥିବା ନୂଆବଜାର-ବାଲିତରା ଘାଟ ମଧ୍ୟରେ ଏକ ଉଚ୍ଚ ସେତୁ ନିର୍ମାଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି । ଏହି ବାବଦରେ ଖର୍ଚ୍ଚ ହେବ ୯୭ କୋଟି ୨୪ ଲକ୍ଷ ଟଙ୍କା । ଏହି କାର୍ଯ୍ୟ ୩୦ ମାସ ଭିତରେ ଶେଷ କରିବା ଲକ୍ଷ୍ୟ ରହିଛି । କ୍ୟାବିନେଟ୍ ବୈଠକରେ ଓଡିଶା ସଚିବାଳୟ କାର୍ଯ୍ୟ ନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ-୧୯୯୭ର ସଂଶୋଧନପୂର୍ବକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୃତୀୟ ଶ୍ରେଣୀ ପାହ୍ୟାକୁ ଅଧିକ ସୁଯୋଗ ଦିଆଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ପୂର୍ବରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦୋନ୍ନତିରେ ୫% ଥିଲା । ତାହାକୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଯେଉଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅନ୍ୟାନ୍ୟ ଯୋଗ୍ୟତା ସହ ମୌଳିକ କମ୍ପୁ୍ୟଟର ଦକ୍ଷତା ଥିବ ତାଙ୍କୁ କନିଷ୍ଠ କାର୍ଯ୍ୟ ନିର୍ବାହୀ ସହାୟକ ପଦବୀକୁ ଉନ୍ନିତ କରାଯିବ ।
କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ଲାଗି କ୍ୟାବିନେଟ୍ ବୈଠକରେ ସୁପାରିସ କରାଯାଇଛି । କୁଇ ଭାଷା ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଲେ ୭ ଲକ୍ଷରୁ ଅଧିକ କୁଇ ଭାଷାଭାଷୀ ଜନଜାତି ଉପକୃତ ହେବେ ।
ମୟୂରଭଞ୍ଜ ଉଦଳା ତହସିଲ ଅନ୍ତର୍ଗତ ନିଜକଇଁସାରୀ ମୌଜାରେ କାଲୋ ସେଚ କେନାଲ ପାଣି ମାଡୁ ନ ଥିବାରୁ ଉକ୍ତ ଚାଷଜମିଗୁଡିକୁ ଆୟାକଟ୍ ଅଞ୍ଚଳରୁ ବାଦ୍ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *