ମନ୍ଦିର ବେଢ଼ାରେ କାଉଡ଼ିଆଙ୍କ ମୃତୁ୍ୟ

ଶ୍ରାବଣ ପ୍ରଥମ ସୋମବାରରେ ଅଘଟଣ
ଦେବଗଡ଼, ୧ଠା୭(ଆପ୍ର): ଶ୍ରାବଣର ପ୍ରଥମ ସୋମବାରରେ ଶିବ ମନ୍ଦିରରେ ଏକ ଅଘଟଣ ଘଟିଛି । ଜଣେ କାଉଡ଼ିଆ ମନ୍ଦିରରେ ଶୋଇଥିବା ଅବସ୍ଥାରେ ମୃତୁ୍ୟ ଘଟିଛି । ଏଭଳି ଅଘଟଣ ଘଟିଛି ଦେବଗଡ଼ର ପ୍ରସିଦ୍ଧ ଶୈବପୀଠ ଝାଡ଼େଶ୍ୱର ମନ୍ଦିରରେ । ମୃତକ ଜଣକ ହେଲେ ଦେବଗଡ଼ ଜିଲା କୁଣ୍ଢେଇଗୋଳା ଦେଓଝରଣର ବିଭୁତି ବେହେରା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, କାଉଡ଼ିଆ ଜଣଙ୍କ ରବିବାର ସନ୍ଧ୍ୟାରେ ବାଳିଆପଟା ନାଳରୁ ଜଳଉଠାଇ ଝାଡ଼େଶ୍ୱର ମନ୍ଦିରରେ ଜଳ ଲାଗି କରିବାକୁ ଆସିଥିଲେ । ସେ ରାତିରେ ଝାଡ଼େଶ୍ୱର ମନ୍ଦିରରେ ପହଞ୍ଚି ଶୋଇଥିଲେ । ତାଙ୍କ ସାଥୀ କାଉଡ଼ିଆମାନେ ତାଙ୍କୁ ସୋମବାର ଭୋର ସମୟରେ ଉଠାଇଥିଲେ । କିନ୍ତୁ ସେ ଉଠି ନ ଥିଲେ । ପରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଘଟଣାସ୍ଥଳରେ ଦେବଗଡ଼ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବିଭୁତି ଢେଙ୍କାନାଳ ଜିଲ୍ଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ୯ ବର୍ଷ ହେଲା ପିଅନ୍ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଦୁଇ ବିବାହିତା ଝିଅ ଅଛନ୍ତି । ୩ ବର୍ଷ ହେଲା ସେ ଶ୍ରାବଣ ସୋମବାରରେ ଝାଡେଶ୍ୱର ମନ୍ଦିର ଆସୁଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *