ବଜ୍ରାଘାତରେ ୪ ମୃତ
ଅନୁଗୁଳ/କୋରାପୁଟ, ୧ଠା୭(ଆପ୍ର): ସୋମବାର ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି ।
ଅନୁଗୋଳ ଜିଲ୍ଲାରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ମହିଳା ହେଲେ ବଳରାମ ପ୍ରସାଦ କେନ୍ଦୁଢିପ ସାହିର ପେନି ବେହେରା (୩୨) ଓ ସୁଷମା ବେହେରା (୪୦) । ଏଥିରେ ଅନ୍ୟ ଦୁଇ ଜଣ ଅଜୟ ବେହେରା (୫୦) ଓ କୁଆଁରୀ ବେହେରା (୫୫) ଗୁରୁତର ହୋଇଛନ୍ତି । ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନେ ଆସପଣ୍ଡ ନିକଟସ୍ଥ ପାହାଡକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ହଠାତ୍ ବର୍ଷା ସହ ଘଡଘଡି ହୋଇଥଲା ।
ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ ବଜ୍ରପାତରେ ଜଣେ ମହିଳା ଓ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ଗାଁର ଲିଙ୍ଗରାଜ ହାଲବାଙ୍କ ପତ୍ନୀ ଦୁରୁବତୀ ହାଲବା ଓ ପୁଅ ଦୀପକ ହାଲବାୟ ସେମାନେ ଜମିରେ କାମ କରୁଥିଲେ । ବର୍ଷା ସହିତ ଘଡ଼ଘଡ଼ି ହେବାରୁ ଦୁରୁବତୀଙ୍କ ସ୍ୱାମୀ ଲିଙ୍ଗରାଜ ହାଲବା ଜମିରୁ ଯାଇ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ । ଦୁରୁବତୀ ଓ ଦୀପକ ସେଠାକୁ ଗଲା ବେଳେ ବଜ୍ରପାତରେ ସେମାନଙ୍କ ଜୀବନ ·ଲି ଯାଇଥିଲା । ସେମାନଙ୍କୁ ବୋରିଗୁମ୍ମା ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୀପକ ଦଶମ ଶ୍ରେଣୀରେ ପୁଥିଲେ । ସେ ବାପାମା’ଙ୍କୁ ·ଷ କାର୍ଯ୍ୟରେ ସହଯୋଗ କରୁଥିଲେ । ଆଖି ସମ୍ମୁଖରେ ପତ୍ନୀ ଓ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ଲିଙ୍ଗରାଜ ହାଲବା ।