ଇସ୍ତଫା ଦେବେନି ମଣିପୁର ମୁଖ୍ୟମନ୍ତ୍ରୀ
ଇମ୍ଫାଲ, ୩ଠା୬: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଇସ୍ତଫା ଦେବେ ନାହିଁ । ସେ ଏ ନେଇ ଟ୍ୱିଟ୍ କରି ଘୋଷଣା କରିଛନ୍ତି । ଶୁକ୍ରବାର ଅପରାହ୍ଣ ୩ଟା ବେଳେ ସେ ରାଜ୍ୟପାଳ ଅନୁସୂୟା ଉକିଇଏଙ୍କୁ ଭେଟି ଇସ୍ତଫା ପତ୍ର ଦାଖଲ କରିବାର ଥିଲା । କେନ୍ଦ୍ର ସରକାର ମଧ୍ୟ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇ ପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।
ଇସ୍ତଫା ଖବର ଆସିବା ମାତ୍ରେ ବହୁ ସମର୍ଥକ ମହିଳା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ ଇସ୍ତଫା ନଦେବାକୁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାପତ୍ରଟିକୁ ଚିରି ଦିଆଯାଇଥିବାର ଫଟୋ ସୋସାଲ୍ ମିଡିଆରେ ଦେଖିବାକୁ ମିଳିଛି ।