କଲମାର ୬୪ ଗେଟ୍ ଖୋଲା

ଭୁବନେଶ୍ୱର,୩ଠା୬(ବୁ୍ୟରୋ): ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡରେ ସ୍ଥିତି ଅସମ୍ଭାଳ ହୋଇଛି । ବର୍ଷା ଜଳକୁ ରୋକିବା ସମ୍ଭବପର ନ ହେବାରୁ ଶୁକ୍ରବାର ଛତିଶଗଡ ସରକାର କଲମା ବ୍ୟାରେଜ୍ର ସମସ୍ତ ୬୪ ଗେଟ୍କୁ ଖୋଲି ଦେଇଛନ୍ତି । ଏହାର ପ୍ରଭାବରେ ହୀରାକୁଦରେ ଜଳ ସ୍ତର ବଢିବାରେ ଲାଗିଛି । ପ୍ରାପ୍ତ ସୂଚନା ଅନୁଯାୟୀ, କଲମା ବ୍ୟାରେଜ୍ରୁ ୧ ଲକ୍ଷ ୧୮ ହଜାର କ୍ୱ୍ୟସେକ୍ ଜଳ ମହାନଦୀକୁ ପଶୁଥିବା ବେଳେ ହୀରାକୁଦକୁ ୭୨ ହଜାର କୁ୍ୟସେକ୍ ଜଳ ପ୍ରବେଶ କରୁଛି । ଏହା ଫଳରେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୦୩.୫୦ ଫୁଟ୍ ରହିଥିବା ଜଣାପଡିଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି, ହୀରାକୁଦର ଜଳସ୍ତର ବହୁତ କମ୍ ଥିଲା । ବର୍ତ୍ତମାନ ତାହା ପ୍ରାୟ ୬୦୩.୬ ମିଟର ରହିଛି । ହୀରାକୁଦକୁ ହାରାହାରି ଇନଫ୍ଲୋ ପାଖାପାଖି ୮୦ ହଜାର କୁ୍ୟସେକ୍ । ଆସନ୍ତା ୨୪ ଘଣ୍ଟା ପରେ ଜଳସ୍ତର ୬୦୫.୩ ମିଟର ପାଖାପାଖି ହେବ । ହୀରାକୁଦ ଜଳସ୍ତର ବହୁତ ତଳେ ଥିବାରୁ ଆମେ ଅଧିକ ଜଳ ·ହୁଁଛୁ । ବିଦ୍ୟୁତ ଉତ୍ପାଦନ ଓ ଚାଷ କାମ ପାଇଁ ପାଣି ଦରକାର । ଜୁଲାଇ ୩୧ ସୁଦ୍ଧା ହୀରାକୁଦ ଜଳସ୍ତର ୬୦୫ ମିଟର ହେବା କଥା । ୬୦୫ ମିଟର ଜଳସ୍ତର ନ ହେଲେ ଜଳସେଚନ ପାଇଁ ସମସ୍ୟା ହେବ । ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇ ବିଭିନ୍ନ ନିଦେ୍ର୍ଦଶ ଦିଆଯାଇଛି । ଘାଇ ଓ ଘଳିଆ ମରାମତି ସରିଛି ।
ଗତ ବର୍ଷ ମହାନଦୀରେ ୧୨ ଲକ୍ଷ କୁ୍ୟସେକରୁ ଅଧିକ ଜଳ ଆସିଥିଲା । ସାମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *