ବାହାନଗା ଟ୍ରେନ୍ ଟ୍ରାଜେଡି
ଆସିଲା ୨୯ ଡିଏନ୍ଏ ରିପୋର୍ଟ
ଭୁବନେଶ୍ୱର/ନୂଆଦିଲ୍ଲୀ, ୩ଠା୬ (ବୁ୍ୟରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୮୧ ମୃତକଙ୍କ ଏକାଧିକ ଦାବିଦାର ରହିଥିବା ବେଳେ ମୃତ ଦେହ ଚିହ୍ନଟ ପାଇଁ ଦିଲ୍ଲୀ ଏମ୍ସ ହସିପଟାଲକୁ ଡିଏନ୍ଏ ସାମ୍ପଲ ପଠାଯାଇଥିଲା । ସେଥିରୁ ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୯ ମୃତକଙ୍କ ଡିଏନ୍ଏ ରିପୋର୍ଟ ଆସିଛି । ପରିଚୟ ମିଳିବା ପରେ ଏହି ଶବଗୁଡିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ସକ୍ରାର ପାଇଁ ପରିବାର ଲୋକେ ଶବ ଘରକୁ ନେବାକୁ ଚାହିଁଲେ ସେମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବନେ୍ଦାବସ୍ତ ହୋଇଛି । ଯେଉଁ ପରିବାର ଏଠାରେ ଶବ ସକ୍ରାର କରିବେ, ସେମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଦିଆଯିବ । ଶୁକ୍ରବାର ୫ଟି ମୃତଦେହ ଚିହ୍ନଟ କରି ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏଗୁଡିକ ମଧ୍ୟରୁ ୨ ଟି ମୃତ ଦେହ ବିହାରର, ୨ଟି ପଶ୍ଚିମବଙ୍ଗର, ଗୋଟିଏ ଝାଡଖଣ୍ଡ ଏବଂ ଆଉ ଗୋଟିଏ ଓଡିଶାର ।
ସେପଟେ ଅଣଦାବିଦାର ଶବଗୁଡ଼ିକର ସାମୂହିକ ସକ୍ରାର ଲାଗି ନିଷ୍ପତ୍ତି ହୋଇଛି । ଏବେ ଏମ୍ସରେ ୩ଟି କଣ୍ଟେନରରେ ୮୧ ମୃତଦେହ ରହିଛି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସଂରକ୍ଷଣ ପନ୍ଥା ଆପଣାଇ ଶବଗୁଡ଼ିକୁ ଅଧିକ ଦିନ ସଂରକ୍ଷିତ କରି ରଖିଛନ୍ତି ରାଜ୍ୟ ସରକାର । ତେବେ ମୃତଦେହ ଗୁଡ଼ିକ ଗଳିତ ହୋଇ ଖରାପ ହେବାରେ ଲାଗିଛି । ଏଣୁ ଏଗୁଡ଼ିକୁ ଗଣଦାହ କରାଯିବ । ଏଥିପାଇଁ ଭୁବନେଶ୍ୱର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଶବ ସକ୍ରାର ବ୍ୟବସ୍ଥା କରାଯାଇଛି ।
ଦୁର୍ଘଟଣାର ତଦନ୍ତ କରୁଥିବା ରେଳବାଇ ସୁରକ୍ଷା ଆୟୋଗ (ସିଆର୍ଏସ୍) ଗୁରୁବାର ରେଲୱେ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଛନ୍ତି, ତାହାକୁ ସିବିଆଇ ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ଏବେ ପ୍ରଘଟ କରାଯିବ ନାହିଁ ବୋଲି ସୂତ୍ରରୁ ଜଣାଯାଇଛି ।