ପଦ ଛାଡିଲେ ବାଗ୍ଚୀ

ଅଳକା ଦକ୍ଷତା ବିକାଶ ପ୍ରାଧିକରଣର ନୂଆ ଅଧ୍ୟକ୍ଷା
ଭୁବନେଶ୍ୱର,୨୯ା୬(ବୁ୍ୟରୋ): ଓଡିଶା ଦକ୍ଷତା ବିକାଶ ପ୍ରଧିକରଣର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁବ୍ରତ ବାଗ୍ଚୀ । ଏହି ପଦରୁ ବୁଧବାର ଠାରୁ ଇସ୍ତଫା ଦେଇଥିବା ଶ୍ରୀ ବାଗ୍ଚୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।
ବାଗ୍ଚୀଙ୍କ ସ୍ଥାନରେ ପୂର୍ବତନ ଆଇଆର୍ପିଏସ୍ ଅଧିକାରୀ ଅଳକା ଅରୋରା ମିଶ୍ରଙ୍କୁ ପ୍ରଧିକରଣର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।
୨୦୧୭ ମସିହାରେ ଶ୍ରୀ ବାଗ୍ଚୀଙ୍କୁ ରାଜ୍ୟ ସରକାର ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ସେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ପାଇବା ସହ ଦୀର୍ଘ ୭ ବର୍ଷ ଧରି ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *