କରେଣ୍ଟ ଲାଗି ୧ଠ ମୃତ

ରଥଟଣା ବେଳେ ଅଘଟଣ
ତ୍ରିପୁରାରେ ଜଳିଗଲେ ୭
ଝୁମ୍ପୁରାରେ ୨ ଜଣ, କୋରାପୁଟରେ ଜଣେ
ଅଗରତଲା/ଝୁମ୍ପୁରା/ କୋରାପୁଟ, ୨୮ା୬ (ଏଜେନ୍ସି/ଆପ୍ର): ବାହୁଡ଼ା ଯାତ୍ରା ପାଇଁ ସାରାଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ସମୟରେ ପୂର୍ବୋତ୍ତର ରାଜ୍ୟ ତ୍ରପୁରା ଏବଂ ଓଡ଼ିଶାରେ ବଡ଼ ଅଘଟଣ ଘଟିଛି । ଉଚ୍ଚଶକ୍ତିସମ୍ପନ୍ନ ବିଦୁ୍ୟତ୍ ତାରରେ ରଥ ଲାଗିଯିବାରୁ ତ୍ରିପୁରାରେ ୭ ଜଣ ଶ୍ରଦ୍ଧାଳୁ ଜଳି ଯାଇଛନ୍ତି ଓ ୧୫ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅଞ୍ଚଳରେ ଦୁଇଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗରରେ ଜଣେ ପୋଡ଼ି ଯାଇ ପ୍ରାଣ ହରାଇଛନ୍ତି ।
ତ୍ରିପୁରା ଉନାକୋଟି ଜିଲ୍ଲାର କୁମାରଘାଟରେ ୧୩୩ କେଭି ଓଭରହେଡ୍ କେବୁଲରେ ସଂସ୍ପର୍ଶରେ ରଥ ଆସିବାରୁ ଘଟଣାସ୍ଥଳରେ ୭ ଶ୍ରଦ୍ଧାଳୁ ଜଳିଯାଇଛନ୍ତି ଓ ୧୫ ଜଣ ପୋଡ଼ିଯାଇ ଆହତ ହୋଇଛନ୍ତି । ଆହତ ଶ୍ରଦ୍ଧାଳୁଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଅଗରତଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ମୃତୁ୍ୟ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅଘଟଣ ଖବର ପାଇ ମୁଖ୍ୟମନ୍ତ୍ରୀ ଡ. ମାଣିକ ଶାହ ଗଭୀର ଶୋକ ବ୍ୟକ୍ତ କରିବା ସହିତ ମୃତାହତଙ୍କ ଆତ୍ମୀୟସ୍ୱଜନଙ୍କୁ ସମବେଦନା ଜଣାଇଛନ୍ତି ।
ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ସହକାରୀ ଆଇଜି ଜ୍ୟୋତିଷ୍ମାନ ଦାସ ଚୌଧୁରୀ ପିଟିଆଇକୁ କହିଛନ୍ତି, ଅପରାହ୍ଣ ପ୍ରାୟ ୪.୩୦ରେ ଉକ୍ତ ଅଘଟଣ ଘଟିଥିଲା । ହଜାର ହଜାର ଶ୍ରଦ୍ଧାଳୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବିରାଜିତ ରଥକୁ ଗୁଣ୍ଡିଚା ମନ୍ଦିରରୁ ଆନନ୍ଦ ଉତ୍ସାହରେ ଟାଣୁଥିବା ବେଳେ ଅଧବାଟରେ ଉପରେ ଯାଇଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦୁ୍ୟତ ତାରରେ ଏହା ଲାଗି ଯାଇଥିଲା । ରଥ ଲୁହାରେ ନିର୍ମିତ ହୋଇଥିବାରୁ କରେଣ୍ଟ ପ୍ରବାହିତ ହେବା ସହିତ ଶ୍ରଦ୍ଧାଳୁମାନେ ଜଳି ଯାଇଥିଲେ । ଅଘଟଣ ପରେ ଜୀବନ ବଞ୍ଚାଇବା ଲାଗି ଶ୍ରଦ୍ଧାଳୁମାନେ ଧାଁ ଧପଡ଼ କରିଥିଲେ । କିନ୍ତୁ ପୁଲିସ ଓ ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇପାରିଥିଲା ।
ସେହିପରି ଚମ୍ପୁଆ ବ୍ଲକ କେନ୍ଦୁଆ ଗ୍ରାମରେ ମଧ୍ୟାହ୍ନରେ ପହଣ୍ଡି ପରେ ରଥ ଟଣା ଆରମ୍ଭ ହୋଇଥିଲା । ବାଟରେ ରଥର ନେତ ପାଶ୍ୱର୍ରେ ଥିବା ୧୧କେଭିଏ ବିଦୁ୍ୟତ୍ ତାରରେ ଲାଗି ଯାଇଥିଲା । ରଥ ସମ୍ପୂର୍ଣ୍ଣ ଲୁହାରେ ତିଆରି ହୋଇଥିବାରୁ ବିଦୁ୍ୟତ୍ ପ୍ରବାହିତ ହୋଇ ୬ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ଡାକ୍ତରଖାନା ପଠାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଭୁବନପଶି ଗ୍ରାମର ଯୁଗଳ କିଶୋର ବାରିକ (୪୦) ଏବଂ କେନ୍ଦୁଆ ଗ୍ରାମର ବରୁଣ ଗିରି (୪୨)ଙ୍କ ମୃତୁ୍ୟ ଘଟିଥିଲା । ଶଙ୍କର୍ଷଣ ପ୍ରଧାନ (୪୨) ଙ୍କୁ କେନ୍ଦୁଝର ଡାକ୍ତରଖାନା ପଠାଯାଇଛି । ଆହୁରିମଧ୍ୟ ବିଦୁ୍ୟତ ସଂସ୍ପର୍ଶରେ ଆସିଥିବା ଶ୍ରଦ୍ଧାଳଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେବା ବେଳେ ଭୁବନପଶି ଗ୍ରାମର ଫୁଲମଣୀ ବାରିକ (୬୫) ଏହାର ଚକତଳେ ପଡ଼ିଯାଇଥିଲେ । ଆମ୍ବୁଲାନ୍ସ ମାଡ଼ିଯିବାରୁ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ କଟିଯାଇଛି । ଫୁଲମଣୀଙ୍କୁ କେନ୍ଦୁଝର ଡାକ୍ତରଖାନା ପଠାଯାଇଛି । ଦୀର୍ଘ ୩୫ବର୍ଷ ହେଲା କେନ୍ଦୁଆରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜିର ଅଘଟଣ ସମସ୍ତଙ୍କୁ ଚକିତ କରିଦେଇଛି । ବାରିଆ ଥାନାଧିକାରୀ ବନ୍ଦନା ପାତ୍ର ଘଟଣାର ତଦନ୍ତ କରୁଛନ୍ତିି ।
ଏହା ସହିତ କୋରାପୁଟ କାଲାବ ବହୁମୁଖୀ ଜଳ ବିଦ୍ୟୁତ ଯୋଜନା ଡ୍ୟାମ ସାଇଟ୍ରେ ଥିବା କୋଲାବ ନଗରରେ ବାହୁଡାÿ ଯାତ୍ରା ଚାଲିଥିବା ବେଳେ ଠାକୁରଙ୍କ ଲୁହାର ରଥ ରାସ୍ତା ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ବ୍ରେକ ·ଳନା କରୁଥିବା ବାବୁଲା ନାହାକ (୨୮) ପ୍ରାଣ ହରାଇଛନ୍ତି ଓ ଉପର ଭାଗରେ ରଥ ପରି·ଳନା କରୁଥିବା ବୟସ୍କ କର୍ମଚାରୀ କ୍ରିଷ୍ଣା ରାଓ ଆହତ ହୋଇଛନ୍ତି । କ୍ରିଷ୍ଣାଙ୍କୁ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତିି କରାଯାଇଛି । ପୂର୍ବରୁ ରଥ ବେଳେ ତାର କଢ଼ାଯାଇଥାଏ । ଏଥର ଟାଟା କମ୍ପାନୀ ତାର କାଢି ନ ଥିବାରୁ ଅଘଟଣ ଘଟିଲା ବୋଲି ଆଲୋଚନା ହେଉଛି । ଗୁଣ୍ଡି· ଯାତ୍ରା ଦିନ ମଧ୍ୟ ରଥ ମହୁମାଛି ବସାରେ ଲାଗି ଯିବାରୁ ଅନେକ ଶ୍ରଦ୍ଧାଳୁ ମହୁ ମାଛି ଆକ୍ରମଣର ଶିକାର ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *