ଆଜି ସୁନାବେଶ
ରଥ ଉପରେ ରତ୍ନ ଅଳଙ୍କାରରେ ଝଲସିବେ ଦାରୁବିଗ୍ରହ
ପୁରୀ(ବୁ୍ୟରୋ): ଅନୁଷ୍ଠିତ ହେବ ଠାକୁରଙ୍କ ସୁନାବେଶ । ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଅପରାହ୍ନ ୫ଟାରୁ ରାତ୍ର୧୧ଟା ପର୍ଯ୍ୟନ୍ତ ଠାକୁରଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ । ଭକ୍ତଙ୍କ ମଧ୍ୟରେ ଶୁଙ୍ଖଳା ରକ୍ଷା ଲାଗି ସିଂହଦ୍ୱାରରୁ ମାକେର୍ଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ କରାଯିବ । ବଡଦାଣ୍ଡର ପ୍ରତିଟି ଜାଗା ସିସିଟିଭି ନଜରରେ ରହିବ । ଶ୍ରଦ୍ଧାଳୁମାନେ ବାମପାଶ୍ୱର୍ରାସ୍ତାରେ ବାହାରିବେ । ରଥଉପରେ ଠାକୁରଙ୍କ ସମ୍ମୁଖରେ ନ ରହିବା ଲାଗି ସେବକଙ୍କୁ ପରାମର୍ଶ ଦିଆଯାଇଛି ।
ଜିଲ୍ଲା ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଡଦାଣ୍ଡର ବିଭିନ୍ନ ସ୍ଥାନରେ ସାଦାପୋଷାକଧାରୀ ପୁଲିସ କର୍ମଚାରୀ ମୁତୟନ ରହିବେ । ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ଅତ୍ୟଧିକ ଗହଳି ଯୋଗୁଁ ଚୋରି ହେବାର ଆଶଙ୍କାଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଶ୍ରୀମନ୍ଦିର ଭଣ୍ଡାରଘରୁ ରଥକୁ ସ୍ୱର୍ଣ୍ଣ ଅଳଙ୍କାର ଆସିବା ସମୟରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ସଶସ୍ତ୍ର ବାହିନୀ ସୁରକ୍ଷା ଦେବେ । ପ୍ରତି ରଥ ଚତୁଃପାଶ୍ୱର୍ରେ ପୁଲିସ ଫୋର୍ସ ରହିବେ ବୋଲି କନୱାର ବିଶାଲ ସିଂ ସୂଚନା ଦେଇଛନ୍ତି ।
ଗଜପତି ମହାରାଜା କପିଳେନ୍ଦ୍ରଦେବଙ୍କ ସମୟରୁ ଏହିବେଶ ହୋଇ ଆସୁଛି । ଏହି ଅର୍ପୁବବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାର ଘରୁ ବାହାରିବ ମହଣ ମହଣ ସୁନା ଓ ରୂପା ଅଳଙ୍କାର । ତିନି ଠାକୁର ହସ୍ତ, ପାଦ ସହିତ ବଢତଢଉ ନାମକ କଣ୍ଠମାଳା, ଶ୍ରୀଭୁଜ, ଶ୍ରୀପୟର, ରନô ପଦକ, ରନô କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି, କଣ୍ଠିମାଳ, ମର୍କତଯାଉଁଳି, ବଳା, ବାହୁଟି, କାନ୍ତ, ଜରକବର ଓ କଟି ମେଖଳା ଆଦି ୧୩୮ ପ୍ରକାରର ରନô ଅଳଙ୍କାର ଲାଗିହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଶ୍ରୀମନ୍ଦିର ରନôସିଂହାସନରେ ୪ଥର ଏବଂ ରଥରେ ଗୋଟିଏ ଥର ସୁନାବେଶ ତଥା ବଡତଢଉ ବେଶ ହୋଇଥାନ୍ତି ଠାକୁର ।