ମାଉସୀ ମା’ ପୋଡ଼ପିଠା ଖାଇଲେ ମହାପ୍ରଭୁ
ପୁରୀ (ବୁ୍ୟରୋ): ମହାପ୍ରଭୁ ଶ୍ରୀଜଗନ୍ନାଥ ଭୋଜନ ପି୍ରୟ । ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା ରହିଛି । ତଥାପି ପୋଡପିଠା ଖାଇବା ପାଇଁ ତାଙ୍କର ଥାଏ ବିଶେଷ ରୁଚି । ପ୍ରତିଦିନ ତାଙ୍କ ପାଖରେ ପିଠା ଭୋଗ କରାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡିବା ବେଳେ ବାଟରେ ଅଟକି ମାଉସୀ ଘର ପୋଡପିଠା ଖାଇଛନ୍ତି ଠାକୁର । ପ୍ରଥମେ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବା ପରେ ବଡ ଠାକୁରଙ୍କୁ ପୋଡପିଠା ସମର୍ପଣ କରାଯାଇଥିଲା । ପରେ ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କ ରଥରୁ ଏକ ଲାଗିମାଳ ଅଣାଯାଇ ଅର୍ଦ୍ଧ ଶୋଷଣୀଙ୍କୁ ଲାଗି କରାଯାଇଥିଲା । ଏହାପରେ ମାଉସୀ ଘର ପିଠା ଖାଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ମାଉସୀ ମା’ମନ୍ଦିରରେ ପ୍ରସ୍ତୁତ କରିଥିବା ପୋଡପିଠାକୁ ପୂଜକ ବିଶ୍ୱନାଥ ମିଶ୍ର ମନ୍ଦିର ସମ୍ମୁଖରେ ମହା ପ୍ରଭୁଙ୍କୁ ସମର୍ପି ଦେଇଥିଲେ ।