୧୧ ମୃତ, ୧୧ ଆହତ
କନ୍ୟାଯାତ୍ରୀ ବସ୍କୁ ଧକ୍କାଦେଲା ଓଏସ୍ଆର୍ଟିସି ବସ୍
ବ୍ରହ୍ମପୁର, ୨୬ା୬(ବୁ୍ୟରୋ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ନିକଟ ଖେମୁଣ୍ଡି କଲେଜ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୧ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ଓଏସ୍ଆର୍ଟିସି ବସ୍ ସହ କନ୍ୟା ଯାତ୍ରୀଙ୍କୁ ନେଇ ଯାଉଥିôବା ମିନିବସ୍ ଧକ୍କା ହେବା ଫଳରେ ଏଭଳି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୮ଜଣ ରହିଛନ୍ତି । ଏହି ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଥିବା ବେଳେ ୬ଜଣ ସାମାନ୍ୟ ଆହତ ହୋଇଛନ୍ତି । ଝିଅର ବାହାଘର ପାଇଁ ହସଖୁସିରେ ଥିବା ସାରା ପରିବାରରେ କିଛି କ୍ଷଣିକ ମଧ୍ୟରେ ଶୋକରଛାୟା ଖେଳିଯାଇଥ୍ôଲା । ବ୍ରହ୍ମପୁୂର ବଡ ଡାକ୍ତରଖାନାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଗ୍ରାମରେ ଶୋକାକୁଳ ଅବସ୍ଥାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ମିଳିଥିବା ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଖଣ୍ଡଦେଉଳି ଗ୍ରାମର ସ୍ୱର୍ଗତ ଅଶୋକ ପ୍ରଧାନଙ୍କ ମଝିଆ ଝିଅ ସୋନାଲି ପ୍ରଧାନଙ୍କ ସହ ବ୍ରହ୍ମପୁର ବ୍ୟାଙ୍କ କଲୋନୀ ବାପୁଜୀ ନଗରର ଉମେଶ ପ୍ରଧାନଙ୍କ ସହ ପୂର୍ବ ପ୍ରସ୍ତୁ୍ତି ପ୍ରକାରେ ରବିବାର ମଧ୍ୟାରେ ରୀତିନୀତି ଅନୁସାରେ ଝିଅଘର ଗ୍ରାମ ଖଣ୍ଡଦେଉଳିରେ ବିବାହ ସମ୍ପନ୍ନ ହୋଇଥିଲା । ବାହାଘର ପରେ ଝିଅ ସୋନାଲି ଶାଶୁ ଘରକୁ ଯାଇଥିଲେ । ସନ୍ଧ୍ୟାରେ କନ୍ୟା ପକ୍ଷରୁ ପ୍ରାୟ ୨୮ଜଣ ଏକ ମିନିବସ୍ରେ ବ୍ରହ୍ମପୁର ବରଘରକୁ ଆସିଥିଲେ । ବରଘର ପକ୍ଷରୁ ହାତୀବନ୍ଧ ସାହିସ୍ଥିତ କଲ୍ୟାଣ ମଣ୍ଡପରେ ବାହାଘର ଭୋଜିରେ ଯୋଗ ଦେଇଥିଲେ । ସେଠାରେ ଭେଳିକି ଭେଳି ଫଟୋ ଉଠାଇବା ସହ ହସଖୁସିରେ ସମୟ ବିତାଇଥିଲେ । ସମସ୍ତେ ଭୋଜି ଖାଇ ରାତିରେ ସେହି ମିନିବସ୍ ଓଆର୍.୧୦.ଏ-୬୮୭୫ରେ ଖଣ୍ଡଦେଉଳି ଅଭିମୁଖେ ବାହାରିଥିଲେ । ରାତ୍ର ପ୍ରାୟ ୧୨.୩୦ରୁ ୧ଟା ମଧ୍ୟରେ ରାୟଗଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିôବା ଓଏସ୍ଆର୍ଟିସି ବସ୍ ନମ୍ବର ଓଡି.୦୨.ବିଭି-୧୯୩୮ଟି କନ୍ୟାଯାତ୍ରୀ ବସ୍କୁ ସମ୍ମୁଖପଟୁ ଧକ୍କା ଦେଇଥିଲା । ଧକ୍କାପାଇ ମିନିବସ୍ଟି କିଛିଦୂର ରାସ୍ତାପାଶ୍ୱର୍କୁ ଘୋଷାଡି ହୋଇ ଓଲଟି ପଡିଥିଲା । ଏହି ଖବର ପାଇବାପରେ ତତ୍କ୍ଷଣାତ ଦିଗପହଣ୍ଡି, ବ୍ରହ୍ମପୁର ସଦର ଥାନା ପୁଲିସ୍ ସହ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ପହଞ୍ଚô ଉଦ୍ଧାର କାର୍ଯ୍ୟରେ ନିୟୋଜିତ୍ ହୋଇଥ୍ôଲେ । ବସ୍ ଭିତରେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାରକରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତି କରାଯାଇଥିଲା । ସେଠାରେ ୭ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୪ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସମସ୍ତଙ୍କ ମୃତକଙ୍କୁ ବଡ ଡାକ୍ତରଖାନାର ଶବ ସଂରକ୍ଷଣ ଗୃୃହରେ ରାତ୍ରରେ ରଖାଯାଇଥିଲା । ମଧ୍ୟରାତ୍ରରେ ଏଭଳି ଦୁଃଖଦ ଖବରପାଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସ୍ପି ଡ.ଶ୍ରବଣା ବିବେକ ଏମ୍, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ବଡ ମେଡିକାଲ୍ରେ ପହଞ୍ଚô ଆହତ ଓ ଗୁରୁତରଙ୍କୁ ତତ୍କ୍ଷଣାତ ଚିକିତ୍ସା କରାଇବାର ବ୍ୟବସ୍ଥା କରିଥିଲେ । ଖବର ପ୍ରଚାରିତ ହେବାପରେ ବଡ ମେଡିକାଲ୍ ଲୋକାରଣ୍ୟ ହୋଇଥିଲା ।
ମୃତକଙ୍କ ମଧ୍ୟରେ ୨ଶିଶୁ, ୪ମହିଳା ଓ ୫ପୁରୁଷ ରହିଛନ୍ତି । ମୃତକମାନେ ହେଲେ ନବବିବାହିତା ସୋନାଲିଙ୍କ ୨ଭଉଣୀ ବଡ ଭଉଣୀ ମୁଜାଗଡର ଶିବାନୀ ପ୍ରଧାନ(୨୫) ଓ ତାଙ୍କ ୩ବର୍ଷର ପୁଅ ଆଦଭିକ୍ ପ୍ରଧାନ, ସାନଭଉଣୀ ରୁପାଲୀ ପ୍ରଧାନ(୨୦), ସେହିପରି ସୋନାଲୀଙ୍କ ୨ ଦାଦା ସୀତାରାମ ପ୍ରଧାନ(୬୦) ଓ ରମେଶ ପ୍ରଧାନ(୬୨), ସୋନାଲିଙ୍କ ଅନ୍ୟଜଣେ ଭଉଣୀ ମୁଜାଗଡର ସୁଜ୍ଞାନୀ ପ୍ରଧାନ(୨୮) ଓ ତାଙ୍କ ପୁଅ ଦେବାଂଶୁ(୩)ଙ୍କ ସହ ଖଣ୍ଡଦେଉଳି ଗ୍ରାମର ତ୍ରିପତୀ ଚନ୍ଦ୍ର ପ୍ରଧାନ(୬୦), ସିଙ୍ଗିପୁରର ଲିଟୁ ନାୟକ(୪୦), ଗଡଗୋବିନ୍ଦପୁରର ସଙ୍ଗୀତା ଡାକୁଆ(୨୭), ସୋନାଲୀଙ୍କ ସମ୍ପର୍କୀୟ ଭଞ୍ଜନଗର ଥାନା ମୁଜାଗଡ ଗ୍ରାମର ସଞ୍ଜୟ କୁମାର ମେଦିନିରାୟ(୫୨) । ସେପଟି ମୃତ ସୁଜ୍ଞାନୀଙ୍କ ସ୍ୱାମୀ ଶୁଭେନ୍ଦୁଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିôବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ନିକଟ ସମ୍ପର୍କୀଙ୍କ ସହ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ସେପଟେ ଖବରପାଇ ଆହତ ଓ ମୃତକଙ୍କୁ ଭେଟିବା ପାଇଁ ଖୋଦ୍ ମନ୍ତ୍ରୀ ଶ୍ରୀ ଆରୁଖ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବିଧାୟିକା ଶ୍ରୀମତୀ ପ୍ରଧାନ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନି ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜିଲ୍ଲାପାଳ ଦିବ୍ୟଜ୍ୟୋରି ପରିଡା, ଏସ୍ପି ଡା.ଶ୍ରବଣା ବିବେକ ଏମ୍, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାସନ, କମିଶନର ଜେ.ସୋନାଲ, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବଡ ଡାକ୍ତରଖାନାରେ ଉପସ୍ଥିତ ରହି ଏମ୍କେସିଜି ଅଧିକ୍ଷକ ପ୍ରଫେସର ସୁଚିତ୍ରା ଦାସ, ପ୍ରଶାସନିକ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ଯୋଗସୂତ୍ର ରକ୍ଷାକରି ଆହତଙ୍କୁ ଉଚିତ ଚିକିତ୍ସା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଥିଲେ । ୧୧ଜଣଙ୍କ ମଧ୍ୟରୁ ୫ଜଣ ଯଥା ସଞ୍ଜୟ, ସୁଜ୍ଞାନୀ, ଦେବାଂଶୁ, ଶିବାନୀ ଓ ଆଦଭିଙ୍କ ମୃତ ଶରୀରକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମୁଜାଗଡ ପଠାଯାଇଥିôବା ବେଳେ ଅନ୍ୟ ୬ଜଣଙ୍କ ମୃତଦେହ ଖଣ୍ଡଦେଉଳି ନିଆଯାଇଥିଲା । ସେଠାରେ ଉପରକ୍ତ ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଓ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥି୍ତିରେ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥ୍ôଲା । ସମସ୍ତ ମୃ୍ତକଙ୍କ ସମ୍ପର୍କୀୟଙ୍କୁ ୩୦ହଜାର ଟଙ୍କା ଲେଖାଏଁ ଆଥିିକ ସହାୟତା ଦିଆଯାଇଥିବା ବେଳେ ଏମ୍କେସିଜିରେ ଆହତ ୬ଜଣ ଜାଗିଲି ପ୍ରଧାନ, ସୀମାଞ୍ଚଳ ପ୍ରଧାନ, ମହେଶ୍ୱର ଡାକୁଆ, କେଦାର ପ୍ରଧାନ, ରବିନ୍ଦ୍ର ପ୍ରଧାନଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।