ଆଜି ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ
ପୁରୀ, ୨୬ା୬(ବୁ୍ୟରୋ): ମଙ୍ଗଳବାର ନବମୀତିଥିରେ ମହାପ୍ରଭୁ ଆବିର୍ଭାବ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇ ବାହୁଡା ଦଶମୀରେ ବାହାରିବେ ଶ୍ରୀମନ୍ଦିର ଅଭିମୁଖେ । ଭକ୍ତମାନେ ଶ୍ରୀଗୁଣ୍ଡିଚାମନ୍ଦିରରେ ମହାପ୍ରଭୁଙ୍କୁ ସନ୍ଧ୍ୟା ଦର୍ଶନ କରିଥାନ୍ତି । ହେଲେ ଚଳିତବର୍ଷ ଭକ୍ତ ମହାପ୍ରଭୁଙ୍କ ଦୁଲର୍ଭ ସନ୍ଧ୍ୟା ଦର୍ଶନର ସୁଯୋଗ ଲାଭ କରିପାରିବେ ନାହିଁ । କାରଣ ସନ୍ଧ୍ୟା ପୂର୍ବରୁ ସନ୍ଧ୍ୟା ଦର୍ଶନବନ୍ଦ ।
ଏହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି । ତେବେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ମଙ୍ଗଳବାର ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଆଡପମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ । ପରେ ପରେ ବୁଧବାର ବାହୁଡାଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହେବ ।
ରବିବାର ଦର୍ପଦଳନ,ତାଳଧ୍ୱଜ ଦକ୍ଷିଣମୋଡ ହୋଇ ନାକଚଣା ଦ୍ୱାରରେ ପହଞ୍ଚିଥିଲା । ମାତ୍ର ତାଳଧ୍ୱଜରଥ ନାକଚଣା ଦ୍ୱାରରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଯିବାରୁ ପରମ୍ପରା ଅନୁଯାୟୀ ରଥଟଣା ବନ୍ଦ ରହିଥିଲା । ସୋମବାରସକାଳୁ ସକାଳୁ ପୋଲିସ ବାହିନୀ ଓ ଭକ୍ତମାନେ ଏକତିତ୍ର ହୋଇ ନନ୍ଦିଘୋଷ ରଥକୁ ଟାଣିଦକ୍ଷିଣମୋଡ ହୋଇ ନାକଚଣା ଦ୍ୱାରରେ ପହଞ୍ଚିଥିଲେ । ସୋମବାର ଦିନତମାମ ଶ୍ରୀଜୀଉଙ୍କ ନୀତିକାନ୍ତି ଜାରିରହିଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣାଦ୍ୱାର ସମ୍ମୁଖରେ ଏବେ ମହାପ୍ରଭୁଙ୍କ ଅପେକ୍ଷାରେ ରହିଛି ତିନି ବ୍ରହ୍ମମୟ ରଥ ।
ବାହୁଡା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଯାନବାହନ ଚଳାଚଳ ସମ୍ବନ୍ଧୀୟ ନିୟମ ଘୋଷଣା କରାଯାଇଛି ।