ରୁଷ୍ରେ ଟଳିଲା ବିଦ୍ରୋହ

ୱାଶିଂଟନ/ମସ୍କୋ,୨୫ା୬: ପୁତିନ ସରକାର ବିରୋଧରେ ସାମରିକ ବିଦ୍ରୋହ ଘୋଷଣା କରିଥିବା ୱାଗନର୍ ପ୍ରାଇଭେଟ୍ ମିଲିଟାରୀ କମ୍ପାନୀ ଆର୍ମି ‘ପିଏମ୍ସି’ର ମୁଖ୍ୟ ସଂସ୍ଥାପକ ୟେବଗିନି ପି୍ରଗୋଝିନ ମସ୍କୋ ଅଭିଯାନ ବାତିଲ କରିଛନ୍ତି । ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶେଙ୍କୋଙ୍କ ମଧ୍ୟସ୍ଥତାରେ ବିଦ୍ରୋହ ଟଳିଥିବା ଜଣାପଡ଼ିଛି । ପ୍ରିଗୋଝିନ ବେଲାରୁଷରେ ଶରଣ ନେବେ । ତାଙ୍କୁ ସେଠାରେ ଗିରଫ କରାଯିବ ନାହିଁ ବୋଲି ମସ୍କୋ ସୂଚନା ଦେଇଛି । କିନ୍ତୁ ରବିବାର ଅପରାହ୍ଣ ସୁଦ୍ଧା ସେ ବେଲାରୁଷରେ ପହଞ୍ଚô ନ ଥିବା ଜଣାପଡ଼ିଛି ।
ଏହି ବିଦ୍ରୋହ ସଂପର୍କରେ ଆମେରିକା ସରକାର ପୂର୍ବରୁ ସୂଚନା ପାଇଥିଲେ । କିନ୍ତୁ ସେ ବିଷୟରେ ପୁତିନଙ୍କୁ ସୂଚନା ଦେଇ ନ ଥିଲେ । ନୁ୍ୟୟୋର୍କ ଟାଇମ୍ସ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମେରିକାର ଗୁଇନ୍ଦା ଏଜେନ୍ସିମାନେ ପି୍ରଗୋଝିନ ବିଦ୍ରୋହ ଯୋଜନା ସଂପର୍କରେ ବୁଧବାରଠାରୁ ସୂଚନା ପାଇଥିଲେ । ଏ ବିଷୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ତୁଙ୍ଗ ଅଧିକାରୀମାନେ ଜଣାଇଥିଲେ । ତେବେ ପୁତିନଙ୍କୁ ଏ ବିଷୟରେ ଆଲର୍ଟ କରିବା ଯୋଜନା ଆମେରିକାର ନ ଥିଲା । ତା’ର କାରଣ ବାଇଡେନ୍ ପ୍ରଶାସନ ଆଶଙ୍କା କରୁଥିଲା ଯେ ପୁତିନଙ୍କୁ ସୂଚନା ଦେଲେ କି୍ରମଲିନ୍ ପକ୍ଷରୁ ଆମେରିକା ବିରୋଧରେ ଓଲଟା ଅଭିଯୋଗ ହେବ ଯେ ଆମେରିକା ହିଁ ଏ ସବୁ କରାଇଛି ।
ୱାଗନର୍ ଗ୍ରୁପ୍ ସହ ବାଇଡେନ୍ ପ୍ରଶାସନର ଏକ ସିକ୍ରେଟ୍ ଡିଲ୍ ହୋଇଥିବା ଖବର ପ୍ରକାଶ ପାଇଛି । ଆମେରିକା ଅଚାନକ ୱାଗନର ଗ୍ରୁପ୍ ପ୍ରତି କୋହଳ ଆଭିମୁଖ୍ୟ ପ୍ରକାଶ କରିଛି । ଭବିଷ୍ୟତରେ ପୁତିନଙ୍କ ବିରୋଧରେ ୱାଗନର ଗ୍ରୁପ୍କୁ ଛିଡ଼ା କରାଇବା ଲକ୍ଷ୍ୟ ରଖିଛି ଆମେରିକା । ଏହିସବୁ କାରଣରୁ ୱାଗନର ଗ୍ରୁପ୍କୁ ଆମେରିକା ବ୍ୟାନ୍ କରିବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *