୮୨ ହଜାର କୋଟି ନିବେଶ
ଭାରତ ପାଇଁ ଗୁଗଲ୍ର ମେଗା ପ୍ଲାନ୍
ୱାଶିଂଟନ୍, ୨୪ା୬: ପୃଥିବୀର ବୃହତ୍ତମ ଟେକ୍ କମ୍ପାନୀ ଗୁଗଲ୍ ଭାରତ ପାଇଁ ଏକ ମେଗା ପ୍ଲାନ୍ ଘୋଷଣା କରିଛି । ଭାରତରେ ଡିଜିଟାଇଜେସନ୍ ବାବଦରେ ଗୁଗଲ୍ ୧୦ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୮୨ ହଜାର କୋଟି ଟଙ୍କା) ନିବେଶ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ ଦିନିଆ ଆମେରିକା ଗସ୍ତକାଳରେ ସିଲିକନ୍ ଭ୍ୟାଲିରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଏ ସମ୍ପର୍କରେ ମୋଦିଙ୍କ ସହ ଆଲୋଚନା କରିଥିଲେ । ଗୁଗଲ୍ ପକ୍ଷରୁ ଶନିବାର ନିବେଶ ସମ୍ପର୍କରେ ଘୋଷଣା କାରଯାଇଛି ।
କେବଳ ଗୁଗଲ୍ ନୁହେଁ, ଆମାଜନ୍ ଓ ମାଇକ୍ରୋସଫ୍ଟ ମଧ୍ୟ ଭାରତରେ ବିପୁଳ ପୁଞ୍ଜି ନିବେଶ କରିବେ । ଆମାଜନ୍ ଆସନ୍ତା ୭ ବର୍ଷ ଭିତରେ ଅଧିକ ୧୫ ବିଲିୟନ ଡଲାର ନିବେଶ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।