ବିଜେପି ଫୋକସ୍ରେ ପଶ୍ଚିମ ଓଡ଼ିଶା
ନଡ୍ଡାଙ୍କ ଭବାନୀପାଟଣା ସମାବେଶ
ଭବାନୀପାଟଣା/ଭୁବନେଶ୍ୱର,୨୩ା୬(ଆପ୍ର/ବୁ୍ୟରୋ): ଆକ୍ରମଣାତ୍ମକ ଓଜସ୍ୱିନୀ ଭାଷଣ ଦେଇ ସର୍ବଦା ଗଣମାଧ୍ୟମର ଶିରୋନାମାରେ ରହୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର କଳାହାଣ୍ଡି ଗସ୍ତ କାଳରେ ଅନୁରୂପଭାବେ ରାଜ୍ୟ ସରକାରଙ୍କୁ ଘେରିବେ ବୋଲି ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା, ବାସ୍ତବରେ ସେହିମାତ୍ରାରେ ଦେଖିବାକୁ ମିଳିନଥିଲା । ଭବାନୀପାଟଣା ସମାବେଶରେ ମୋଦୀ ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ତେବେ ଓଡିଶା ସରକାରଙ୍କୁ ସେ ହାଲୁକାଭାବେ ଟାର୍ଗେଟ୍ କରିଥିଲେ ।
କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାସ୍ଥିତ ଲାଲ ବାହାରଦୂର ଷ୍ଟାଡିୟମ୍ ପରିସରରେ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସେବା, ସୁଶାସନ ଓ ଗରିବ କଲ୍ୟାଣ ମହାସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କେନ୍ଦ୍ର ସରକାର ୯ବର୍ଷ ଭିତରେ ସେବା, ସୁଶାସନ, ଗରିବ କଲ୍ୟାଣ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ପାଇଁ କଣ ସବୁ ପଦକ୍ଷେପ ନେଇଛନ୍ତି, କେଉଁ ସବୁ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତାହାର ରିପୋର୍ଟ କାର୍ଡ଼ ସାଧାରଣ ଜନତା ତଥା କଳାହାଣ୍ଡିବାସୀଙ୍କ ଆଗରେ ଉପସ୍ଥାପନ କରିଥିଲେ ।
ପୂର୍ବାହ୍ଣ ୧୧ଟାରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳ ପଡିଆର ଅସ୍ତହୀ ହେଲିପେଡରେ ଓହ୍ଲାଇ ପ୍ରଥମେ କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କୁ ସେ ଦର୍ଶନ କରିବା ପରେ ୧୧.୩୦ରେ ମହାସମାବେଶରେ ଯୋଗ ଦେଇ ଥିଲେ । କଳାହାଣ୍ଡି ଲୋକସଭା କ୍ଷେତ୍ରର କୋଣ ଅନୁକୋଣରୁ ଉକ୍ତ ସମାବେଶରେ ପ୍ରାୟ ୧୫ ହଜାର ଲୋକ ଉପସ୍ଥିତ ରହିଥିଲେ । ଶ୍ରୀ ନ‡ା ରାଜ୍ୟ ବିଜେଡି ସରକାର ଓ କଂଗ୍ରେସ ଉପରେ ବର୍ଷି ଥିଲେ । ସେ କହିଥିଲେ, ଓଡିଶା ସରକାର ଏକ ଭ୍ରଷ୍ଟା·ରୀ ସରକାର । ଆବାସ ଯୋଜନାରେ ଘୋଟିଲା ·ଲିଛି । ଭ୍ରଷ୍ଟା·ରୀଙ୍କୁ ଜେଲ ପଠାଯିବ । ଓଡିଶାରେ ନେତା କିଏ, କାହା ଦ୍ୱାରା ଶାସନ ·ଲୁଛି ବୋଲି ସେ ପ୍ରଶ୍ନ କରିଥିଲେ ।
ଏହି ସମାବେଶରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଶା ସରକାର ଏକ ଭ୍ରଷ୍ଟା·ର ସରକାର, ଓଡିଶାରେ ଆବାସ ଯୋଜନାରେ ଘର, ପାଣି, ଭତ୍ତା, ବିଜୁଳି ମିଳୁନାହିଁ । ଏହି ସରକାରକୁ ୨୦୨୪ ନିର୍ବାଚନରେ କବର ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହା ପରେ ଟାଉନ ହଲରେ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ସାଂଗଠାନିକ ଆଲୋଚନା ସହ ଗୁରୁମନ୍ତ୍ର ଦେଇଥିଲେ ବିଜେପି ଅଧ୍ୟକ୍ଷ ।
ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଡ଼ି. ପୁରନେ୍ଦଶ୍ୱରୀ, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକ, କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓଙ୍କ ସମେତ ବହୁ ଆଗଧାଡ଼ିର ନେତା ସାମିଲ ହୋଇଥିଲେ । ଜିଲ୍ଲାସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଆର୍ତ୍ତତ୍ରାଣ ମହାପାତ୍ର, ରମେଶ ଚନ୍ଦ୍ର ମାଝୀ, ମନୋଜ ମେହେର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ଅପରପକ୍ଷେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲାରେ ବିଜେପି ଶିବିର ଚଳଚଞ୍ଚଳ ହୋଇଛି । ଗତ ୧୫ତାରିଖ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନେ୍ଦଶ୍ୱରୀ କଳାହାଣ୍ଡି ଗସ୍ତ କରିବା ସହ ଭବାନୀପାଟଣା, ନର୍ଲା, ଜୁନାଗଡ଼, ଧର୍ମଗଡ଼ ପ୍ରମୁଖ ବ୍ଲକ୍ ସ୍ତରରେ ଦଳୀୟ କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ସାଂଗଠାନିକ ଆଲୋଚନା ଓ ପ୍ରସ୍ତୁତି ପର୍ଯ୍ୟାୟର ତଦାରଖ କରି ଫେରିଛନ୍ତି ।
ସୂଚନା ଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଫୋକର୍ସରେ ପଶ୍ଚିମ ଓଡିଶା ରହିଛି । ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶାର ୩୫ ଟି ବିଧାନସଭା ଆସନରୁ ୧୩ ଟି ଆସନରେ ବିଜୟୀ ହୋଇଥିଲା । ସେହିପରି ୫ ଟି ଲୋକସଭା ମଣ୍ଡଳୀରୁ ସମସ୍ତ ଆସନ ବିଜେପି ଅକ୍ତିଆର କରିଥିଲା । ତେବେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିକୁ ଆଶାନୁରୂପକ ସଫଳତା ମିଳିନଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ଦଳ ସଫଳତା ଆଶା ରଖିଛି । ଏଥିପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି ।