ଆସୁଛି ନୂଆ ବିଜୁଳି ନିୟମ ପିକ୍ ଆୱାର୍ରେ ହେବ ମହଙ୍ଗା ୨୦୨୪ରୁ ଲାଗୁ

ନୂଆଦିଲ୍ଲୀ, ୨୩ା୬: କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ନୂଆ ବିଜୁଳି ନିୟମ (ଇଲେକ୍ଟ୍ରିସିଟି ରୁଲ୍ସ) ଆଣିବେ । ପ୍ରସ୍ତାବିତ ନିୟମ ଅନୁଯାୟୀ, ଦିନରେ ବିଜୁଳି ୨୦ ପ୍ରତିଶତ ଶସ୍ତାରେ ମିଳିବ । ପିକ୍ ଆୱାରରେ ବିଜୁଳି ୨୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହେବ । ଶୁକ୍ରବାର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି, ଅକ୍ଷୟ ଶକ୍ତିର ପ୍ରୟୋଗ ବଢାଇବା ପାଇଁ ନୂଆ ବିଜୁଳି ନିୟମ ପ୍ରସ୍ତୁତ କରାଯାଉଛି ।
ପିକ୍ ଟାଇମ୍ରେ ଗ୍ରୀଡ୍ ଉପରେ ଡିମାଣ୍ଡ୍ର ବୋଝ କମାଇବା ଏହି ନିୟମର ଉଦେ୍ଦଶ୍ୟ । ପିକ୍ ଆୱାର୍ସ ସକାଳ ୬ରୁ ୯ଟା ଓ ସନ୍ଧ୍ୟା ୬ରୁ ୯ଟା ପର୍ଯ୍ୟନ୍ତ । ସକାଳେ ଲୋକେ ୱାଶିଂ ମେସିନ୍, ପାଣି ମାଟର ଇତ୍ୟାଦି ବ୍ୟବହାର କରୁଛନ୍ତି । ସେହିପରି ସନ୍ଧ୍ୟାରେ କାମରୁ ଘରକୁ ଫେରିବା ପରେ ଏସିର ଉପଯୋଗ ହେଉଛି । ଏହିସବୁ କାରଣରୁ ସକାଳେ ଓ ରାତିରେ ବିଜୁଳିର ଚାହିଦା ଅତ୍ୟଧିକ ବଢୁଛି ।
୨୦୨୪ ଏପ୍ରିଲରୁ କମର୍ସିଆଲ୍ ଓ ଇଣ୍ଡଷ୍ଟ୍ରିଆଲ୍ ଉପଭୋକ୍ତାଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଏହାର ବର୍ଷକ ପରେ କୃଷି କ୍ଷେତ୍ରକୁ ଛାଡି ଅଧିକାଂଶ ଉପଭୋକ୍ତାଙ୍କ ପାଇଁ ନୂଆ ନିୟମ ଲାଗିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *