ଏନ୍ଜିଟି ବାରଣ ସତ୍ତ୍ୱେ ଶିଖରଚଣ୍ଡୀରେ ନିର୍ମାଣ

ଭୁବନେଶ୍ୱର,୨୨ା୬(ବୁ୍ୟରୋ): ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲ (ଏନ୍ଜିଟି)ଙ୍କ ବାରଣ ସତ୍ତ୍ୱେ ଭୁବନେଶ୍ୱର ଉପକଣ୍ଠ ଶିଖରଚଣ୍ଡୀ ପାହାଡ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଅଭିଯୋଗ ହୋଇଛି । ଦାରୁଠେଙ୍ଗ ଓ ଚନ୍ଦକାର ସରପଞ୍ଚ ଗୁରୁବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିଟକରେ ଏନେଇ ଫେରାଦ ହୋଇଛନ୍ତି । ନିର୍ମାଣ କାମ ଯୋଗୁଁ ଅଞ୍ଚଳର ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ସେଠାରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦୁଇ ସରପଞ୍ଚ ଦାବି ଜଣାଇଛନ୍ତି ।
ଶିଖରଚଣ୍ଡୀ ପାହାଡ ଉପରେ ଗଛକଟା ମାମଲାର ଶୁଣାଣି କରି ଜୁନ ୧୩ରେ ଏହା ଉପରେ ରୋକ୍ ଲଗାଇଥିଲେ ଏନ୍ଜିଟି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ (ଜୁଲାଇ ୫ ତାରିଖ) ଏଠାରେ ଜାରି ରହିଥିବା କାମ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହାସହିତ ସିସିଏଫଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ଗଠନ କରି ସପ୍ତାହକ ମଧ୍ୟରେ ଘଟଣା ସ୍ଥଳ ପରିଦର୍ଶନ କରି ୩ ସପ୍ତାହ ମଧ୍ୟରେ ସରଜମିନ ତଦନ୍ତ କରି ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।
କିଛି ଦିନ ଧରି ଶିଖରଚଣ୍ଡୀ ପାହାଡ ଉପରେ ବୁଲଡୋଜର ସହାୟତାରେ ପଥର ଫୁଟାଇ ପାହାଡ ସଫା କରାଯାଉଥିଲା । ଭୁବନେଶ୍ୱରକୁ ପାନୀୟ ଜଳ ଯୋଗାଣ ପାଇଁ ଏଠାରେ ଏକ ବିରାଟ ପାଣି ଟାଙ୍କି ନିର୍ମାଣ କରାଯିବ ବୋଲି କୁହାଯାଉଛି । ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *