ଏସ୍ଇସିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପେଞ୍ଚ
କୋଲକାତା, ୨୨ା୬: ପଶ୍ଚିମବଙ୍ଗରେ ଜୁଲାଇ ୮ ତାରିଖ ଦିନ ହେବ ପଞ୍ଚାୟତ ନିର୍ବାଚନ । ତା’ର ୧୮ ଦିନ ପୂର୍ବରୁ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟ ନିର୍ବାଚନ ଆୟୁକ୍ତ (ଏସ୍ଇସି) ରାଜୀବ ସିହ୍ନାଙ୍କ ନିଯୁକ୍ତି ପତ୍ରକୁ ଅଗ୍ରାହ୍ୟ କରିଦେଇଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥôପତ୍ର ଦାଖଲ ସମୟରେ ହୋଇଥିବା ହିଂସାକାଣ୍ଡ ସମ୍ପର୍କରେ ଆଲୋଚନା ପାଇଁ ରାଜ୍ୟପାଳ ଏସ୍ଇସିଙ୍କୁ ଦୁଇଥର ରାଜଭବନକୁ ଡାକିଥିଲେ । ସେ ନ ଆସିବାରୁ ରାଜ୍ୟପାଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଗତ ୧୭ ତାରିଖ ଦିନ ଦ୍ୱିତୀୟବାର ଏସ୍ଇସିଙ୍କୁ ସମନ କରିଥିଲେ । କିନ୍ତୁ ଏସ୍ଇସି ସିହ୍ନା ପ୍ରାର୍ଥôପତ୍ର ଯାଞ୍ଚ ବାହାନାରେ ରାଜଭବନକୁ ଆସିପାରିବେ ନାହିଁ ବୋଲି ଜଣାଇଥିଲେ ।
ଏସ୍ଇସି କ୍ଷମତାସୀନ ତୃଣମୂଳ କଂଗ୍ରେସର ନିଦେ୍ର୍ଦଶ ଅନୁସାରେ କାମ କରୁଛନ୍ତି ବୋଲି ବିଜେପି ପକ୍ଷରୁ ବହୁ ପୂର୍ବରୁ ଅଭିଯୋଗ କରାଯାଇଛି । ଶ୍ରୀ ସିହ୍ନା ୨୦୧୯ ସେପ୍ଟେମ୍ବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଥିଲେ । ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ବିଶ୍ୱସ୍ତଭାବେ ଜଣାଶୁଣା । ଗତମାସରେ ମମତା ସରକାର ଏସ୍ଇସି ପଦ ପାଇଁ ରାଜୀବ ସିହ୍ନା ଓ ଅନ୍ୟ ୩ ଜଣଙ୍କ ନାମ ରାଜଭବନକୁ ପଠାଇଥିଲେ । ରାଜ୍ୟପାଳହିଁ ସିହ୍ନାଙ୍କ ନିଯୁକ୍ତିପତ୍ରକୁ ମଞ୍ଜୁରି ଦେଇଥିଲେ । ଏବେ ସିହ୍ନାଙ୍କ ନିଯୁକ୍ତି ପତ୍ରକୁ ରାଜ୍ୟପାଳ ଅଗ୍ରାହ୍ୟ କରି ଫେରାଇ ଦେଇଛନ୍ତି । ଆଇନ ଅନୁଯାୟୀ ନିର୍ବାଚନ ଆୟୁକ୍ତଙ୍କୁ ହଟାଇବା ପ୍ରକ୍ରିୟା ମହାଭିଯୋଗ ମାଧ୍ୟମରେ ହୋଇଥାଏ । ଏ କ୍ଷେତ୍ରରେ ନିଜେ ରାଜ୍ୟପାଳ ଶ୍ରୀ ସିହ୍ନାଙ୍କୁ ଚୟନ କରିଥଲେ । ତେଣୁ ଆଗକୁ କି ପ୍ରକାର ସାମ୍ବିଧାନିକ ସଂକଟ ସୃଷ୍ଟି ହେବ ଏବେ ସ୍ପଷ୍ଟ ହୋଇନାହିଁ ।
କଲିକତା ହାଇକୋର୍ଟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଘଟି ଚାଲିଥିବା ହିଂସା ନେଇ ରାଜୀବ ସିହ୍ନାଙ୍କୁ କେତେକ ପରାମର୍ଶ ଦେଇଥିଲେ । ମୁଖ୍ୟ ବିଚାରପତି ଟିଏସ୍ ଶିବ ଗଣନମ୍ ସିହ୍ନାଙ୍କୁ କହିଥିଲେ, ଯଦି ସେ ଦାୟିତ୍ୱ ନିର୍ବାହ କରିବାକୁ ଅକ୍ଷମ ପଦ ତ୍ୟାଗ କରିବା ଉଚିତ୍ ହେବ । ରାଜ୍ୟପାଳ ଅନ୍ୟକାହାକୁ ନିଯୁକ୍ତି ଦେବେ ।
ଏବେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି ଟିଏମ୍ସି । ଦଳର ସାଂସଦ ଶୁଖେନ୍ଦୁ ଶେଖର ରୟ କହିଛନ୍ତି, ରାଜ୍ୟପାଳଙ୍କ ନିଷ୍ପତ୍ତି ଅସାମ୍ବିଧାନିକ ଓ ଅନୈତିକ । ବିଜେପି ଇସାରାରେ ରାଜ୍ୟପାଳ କାମ କରୁଛନ୍ତି ।