ଆସନ୍ତା ବର୍ଷ ଭାରତ ଆସିବ ଟେସ୍ଲା

ମୋଦି-ମସ୍କ ଆଲୋଚନା
ନୁ୍ୟୟର୍କ, ୨୧ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁ୍ୟୟର୍କରେ ବୁଧବାର ଟେସ୍ଲା କମ୍ପାନୀର ସିଇଓ ଏଲନ୍ ମସ୍କଙ୍କ ସହ ଆଲୋଚନା କରିଛନ୍ତି । ଭାରତରେ ଟେସ୍ଲା ଇଲେକ୍ଟ୍ରିକ୍ କାର୍ ନିର୍ମାଣ ପାଇଁ କାରଖାନା ସ୍ଥାପନ କରିବାକୁ ଚାହୁଁଛି । ମୋଦିଙ୍କୁ ସାକ୍ଷାତ କରିବା ପରେ ଆସନ୍ତା ବର୍ଷ ଟେସ୍ଲା କମ୍ପାନୀ ଭାରତ ଆସିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଭାରତରେ ଟେସ୍ଲାର ନିବେଶ ସମ୍ଭାବନା ଦେଖି ସେୟାର ମାର୍କେଟ୍ ନିବେଶକମାନଙ୍କ ଟେସ୍ଲା ସେୟାର କ୍ରୟ ଅଚାନକ ବୃଦ୍ଧି ପାଇଛି । ଗୋଟିଏ ଦିନରେ କମ୍ପାନୀର ସେୟାର ୫.୩୪ ପ୍ରତିଶତ ବଢିବା ଯୋଗୁଁ ମସ୍କଙ୍କ ମୋଟ୍ ସମ୍ପତ୍ତି ମୂଲ୍ୟ ୯.୯୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ମସ୍କ ଗତବର୍ଷ ଭାରତରେ ନିବେଶ ଯୋଜନା ସମ୍ଭାବନା ନାହିଁ ବୋଲି କହିଥିଲେ । ଭାରତରେ ଇଲେକ୍ଟ୍ରିକ୍ କାର ଉପରେ ଆମଦାନୀ ଶୁଳ୍କ ବହୁ ଅଧିକ ବୋଲି ଦର୍ଶାଇ ସେ ଏହି ଯୋଜନାରୁ ବିରତ ହୋଇଥିଲେ । କିନ୍ତୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ପରେ ଭାରତରେ ଆସନ୍ତା ବର୍ଷ ଟେସ୍ଲା ପ୍ଲାଣ୍ଟ୍ ସ୍ଥାପନ କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମସ୍କ କହିଛନ୍ତି, ମୁଁ ଭାରତର ଭବିଷ୍ୟତ ନେଇ ଉତ୍ସାହିତ । ମୁଁ ମୋଦିଙ୍କର ପ୍ରଶଂସକ । ମୋର ବିଶ୍ୱାସ ଖୁବ୍ଶୀଘ୍ର ଭାରତରେ ଟେସ୍ଲା ପ୍ଲାଣ୍ଟ୍ ସ୍ଥାପନ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *