୭ଠରୁ ଅଧିକ ଶ୍ରଦ୍ଧାଳୁ ଆହତ
ମରିଚିକୋଟ ଛକରେ ଦଳାଚକଟା
ପୁରୀ, ୨ଠା୬(ବୁ୍ୟରୋ): ବଡଠାକୁରଙ୍କ ତାଳଧ୍ୱଜ ରଥ ଟଣାଯିବା ବେଳେ ମରିଚିକୋଟ ଛକଠାରେ ଘଟିଥିଲା ଦଳାଚକଟା । ଜଣେ ମହିଳା ଭକ୍ତ ତଳେ ପଡିଯିବା ପରେ ତାଙ୍କ ଉପରେ ଶହେରୁ ଊଦ୍ଧ୍ୱର୍ ଲୋକ ପଡିଯାଇଥିଲେ । ଠେଲାପେଲା ହେବାରୁ ସେଠାରେ ୭୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହାରି ମଧ୍ୟରେ ସ୍ୱେଚ୍ଛାସେବୀ, ପୋଲିସ୍ ଓ ସ୍ଥାନୀୟ ଲୋକମାନେ ଗହଳିରେ ପ୍ରବେଶ କରିବା ଯୋଗୁଁ ଏକ ବଡ ଅଘଟଣକୁ ଏଡାଯାଇ ପାରିଥିଲା । ସେହିପରି ଡୁ୍ୟଟିରେ ଥିବା ପୋଲିସ କର୍ମଚାରୀଙ୍କ ସମେତ ରଥଯାତ୍ରାରେ ସାମିଲ ଥିବା ଅନେକ କାର୍ଯ୍ୟକର୍ତ୍ତା ଟାଣ ଖରାରେ ଅଚେତ୍ ହୋଇ ମେଡିକାଲରେ ଚିକିସôିତ ହେଉଥିବା ଜଣାପଡିଥିଲା ।
ମହାପ୍ରଭୁଙ୍କ ରଥଯାତ୍ରା ଲାଗି ସକାଳୁ ସକାଳୁ ବଡଦାଣ୍ଡ ପାଲଟିଯାଇଥିଲା ଲୋକାରଣ୍ୟ ।ଏପରିକି ବିଳମ୍ବିତ ରାତିରୁ ମଧ୍ୟ ଭକ୍ତମାନେ ସିଂହଦ୍ୱାରରେ ଅପେକ୍ଷା କରି ରହିଥିଲେ । ଯେତେ ଦିନ ବଢୁଥିଲା ବଡଦାଣ୍ଡରେ ସେତି କି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ସେହିପରି ଦିନ ସମୟ ବୃଦ୍ଧି ହେବା ସହ ଖରାର ତାପମାତ୍ରା ମାତ୍ରାଧିକଭାବେ ବୃଦ୍ଧି ପାଇଥିଲା । ଟାଣ ଖରାରୁ ରକ୍ଷା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ପାଣିସିଞ୍ଚନ କରାଯାଉଥିଲେ ସୁଦ୍ଧା ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଥିଲେ ଶ୍ରଦ୍ଧାଳୁ ।