ସିଗନାଲ୍ ଜେଇଙ୍କୁ ମାରାଥନ୍ ଜେରା

ଅଜ୍ଞାତ ସ୍ଥାନକୁ ନେଲା ସିବିଆଇ
ଷ୍ଟେସନ୍ ମାଷ୍ଟରଙ୍କ ଘରେ ବି ତନାଘନା
ଭୁବନେଶ୍ୱର,୨୦ା୬(ବୁ୍ୟରୋ): ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ତା’ର ତଦନ୍ତକୁ ଜୋରଦାର କରିଛି । ମଙ୍ଗଳବାର ସୋର ସେକ୍ସନର ସିଗନାଲ ଜେଇ ଅମୀର ଖାନ୍ଙ୍କୁ ତାଙ୍କ ଭଡା ଘରେ ୬ ଘଣ୍ଟାକାଳ ମାରାଥନ ଜେରା ପରେ ଅଧିକ ଛାନ୍ଭିନ୍ ପାଇଁ ତାଙ୍କୁ ଅଜ୍ଞାତ ସ୍ଥାନକୁ ନେଇଯାଇଛି ସିବିଆଇ ଟିମ୍ ।
ଅମୀରଙ୍କ କରମପୁର ସ୍ଥିତ ବାସଭବନରେ ତଦନ୍ତକାରୀ ସଂସ୍ଥା କାଗଜପତ୍ର ଯାଞ୍ଚ କରିଥିବା ଜଣାଯାଇଛି । ଅମୀରଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଡଙ୍କଣୀ ଅଞ୍ଚଳରେ । ଦୁର୍ଘଟଣା ପରଠୁ ଅମୀରଙ୍କ ଦେଖାନଥିବା ବେଳେ ତାଙ୍କ ଭଡ଼ାଘରକୁ ସିବିଆଇ ସୋମବାର ସିଲ୍ କରିଥିଲା । ସିଗ୍ନାଲ୍ ଜେଇ ସିବିଆଇର ପ୍ରଥମ ଜେରାର ସମ୍ମୁଖୀନ ହେବା ପରଠୁ ଉଭାନ ହୋଇଯାଇଥିଲେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦକ୍ଷିଣ-ପୂର୍ବ ରେଳପଥ ସିପିଆର୍ଓ ଆଦିତ୍ୟ କୁମାର ଚୌଧୁରୀ ଖଣ୍ଡନ କରିଛନ୍ତି । ମଙ୍ଗଳବାର ଚୌଧୁରୀ କହିଛନ୍ତି, ଆମର ସବୁ କର୍ମଚାରୀ ଉପସ୍ଥିତ ଅଛନ୍ତି ଏବଂ ଆମେ ତଦନ୍ତରେ ସହଯୋଗ କରୁଛୁ ।
ସେପଟେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବାହାନଗା ଷ୍ଟେସନ ମାଷ୍ଟରଙ୍କ ସୋର ବ୍ଲକ୍ ତେଣ୍ଟେଇ ସ୍ଥିତ ଘରେ ମଧ୍ୟ ତନାଘନା କରିଛି ।
ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ସମେତ ୩ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨୯୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *