ପଶ୍ଚିମ ଓଡିÿଶାରେ ସକାଳୁଆ ସ୍କୁଲ

୨୧ ପରିବର୍ତ୍ତେ ୨୨ରୁ ଖୋଲିବ ବିଦ୍ୟାଳୟ
ଭୁବନେଶ୍ୱର,୨୦ା୬(ବୁ୍ୟରୋ) : ଖରା ଛୁଟି ପରେ ବୁଧବାର ଠାରୁ ୨୩ଟି ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଖୋଲିବ । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶାର ୭ ଜିଲ୍ଲାର ସ୍କୁଲ ଜୁନ୍ ୨୨ରୁ ଖୋଲାଯିବା ଲାଗି ନିଷ୍ପତ୍ତି ହୋଇଛି । ଉପରୋକ୍ତ ଜିଲ୍ଲା ଗୁଡିକରେ ଜୁନ୍ ୨୪ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ସକାଳ ସାଢେ ୬ ରୁ ୧୦ ଟା ପର୍ଯ୍ୟନ୍ତ ଶିକ୍ଷା ଦାନ କରାଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ନିଦେ୍ର୍ଦଶନାମା ଜାରି ହୋଇଛି ।
ସୂଚନା ଅନୁଯାୟୀ, ସମ୍ବଲପୁର, ଝାରସୁଗୁଡା,ବଲାଙ୍ଗୀର ଜିଲ୍ଲାରେ ୨୨ରୁ ସ୍କୁଲ ଖୋଲିବ । ତେବେ ୨୪ ପର୍ଯ୍ୟନ୍ତ ସକାଳୁଆ ଶିକ୍ଷା ଦାନ କରାଯିବ । ସେହିପରି ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାର ସମସ୍ତ ସ୍କୁଲ ଆସନ୍ତା ୨୩ ରୁ ଖୋଲିବ । ଏହି ଜିଲ୍ଲା ଗୁଡିକରେ ନିୟମିତ ସମୟାନୁସାରେ ଚାଲିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *