୨୧ରେ ପହଞ୍ଚôବ ମୌସୁମୀ

ଭୁବନେଶ୍ୱର,୧୯ା୬(ବୁ୍ୟରୋ): ଦୀର୍ଘ ଦିନର ଲୁଚକାଳି ପରେ ଆସନ୍ତା ୨/୩ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ । ଦକ୍ଷିଣ-ପଣ୍ଟିମ ମୌସୁମୀ ବାୟୁ ଓଡିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୁଳ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୌସୁମୀ ବାୟୁ ଉପକୂଳ ଅନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ପ୍ରବେଶ କରିଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଓଡିଶାରେ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୁଳ ରହିଛି । ଏହାର ପ୍ରଭାବରେ ଉଭୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ପଶ୍ଚିମ ଓଡ଼ିଶା ଜିଲ୍ଳାଗୁଡ଼ିକରେ ଜୁନ୍ ୨୧ ପର୍ଯ୍ୟନ୍ତ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ସେଲସିୟସ ରହିପାରେ । ସୋମବାର ରାଜ୍ୟର ଅଧିକାଂଶ ସହରକୁ ତାତିରୁ ଆଶ୍ୱସ୍ତି ମିଳିଛି । ତେବେ ୫ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସୁନ୍ଦରଗଡର ତାପମାତ୍ରା ୪୪.୮ ଡିଗ୍ରୀ ଛୁଇଁବା ସହିତ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଥିଲା । ସେହିପରି ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ରା ୪୧.୬ ଡିଗ୍ରୀ ରହିଥିବା ବେଳେ ରାଉରକେଲାରେ ୪୦.୮, ସମ୍ବଲପୁର, ଟିଟିଲାଗଡ ଓ ଯାଜପୁରରେ ୪୦.୫ ଓ ହୀରକୁଦରେ ସର୍ବୋଚ୍ଚ ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି । ପାଗରେ ପରିବର୍ତ୍ତନ ହେବା ସହିତ ମଙ୍ଗଳବାର ରାଜ୍ୟର ୨୦ ଜିଲ୍ଲାରେ କାଳବୈଶାଖୀ ଜନିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *