ଖଲିସ୍ତାନ ଆତଙ୍କୀ ହରଦୀପ ସିଂହ ନିହତ

ମୁଣ୍ଡ ଉପରେ ଥିଲା ୧ଠ ଲକ୍ଷ ଟଙ୍କା ପୁରସ୍କାର
ନୂଆଦିଲ୍ଲୀ (ଏଜେନ୍ସି): ଭାରତରେ ମୋଷ୍ଟ ୱାଣ୍ଟେଡ୍ ଘୋଷିତ ତଥା ବିଚ୍ଛିନ୍ନତାବାଦୀ ସଙ୍ଗଠନ ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ୍) ମୁଖ୍ୟ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରକୁ କାନାଡାରେ ଗୁଳି କରାଯାଇଛି ।
ବ୍ରିଟିଶ୍ କଲମ୍ବିଆର ପଞ୍ଜାବୀ ବହୁଳ ସୁରେ ନଗରସ୍ଥିତ ଗୁରୁ ନାନକ ସାହିବ ଗୁରୁଦ୍ୱାର ସାହେବ ବାହାରେ ସ୍ଥାନୀୟ ସମୟ ରାତି ପ୍ରାୟ ୮.୨୭ ( ଆଇଏସ୍ଟି ୧୯ ତାରିଖ ସକାଳ ୬ଟା)ରେ ନିଜ୍ଜ୍ାର (୪୫)କୁ ଦୁଇଜଣ ଅଜ୍ଞାତ ବନ୍ଧୁକଧାରୀ ଗୁଳିକରି ଫେରାର ହୋଇଯାଇଛନ୍ତି । ସେ ୪ ବର୍ଷ ଧରି ଉକ୍ତ ଗୁରୁଦ୍ୱାରର ଅଧ୍ୟକ୍ଷ ଥିଲା ଓ ଘରକୁ ଫେରିବା ସମୟରେ ଗୁଳିମାଡ଼ର ଶିକାର ହୋଇଥିଲା ବୋଲି ସ୍ଥାନୀୟ ଖବରକାଗଜ ଗୁଡ଼ିକରେ ରିପୋର୍ଟ ପ୍ରକାଶ ପାଇଛି । ଭାରତରେ ନିଜ୍ଜାରକୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିଲା ଓ ଏନ୍ଆଇଏ ଟାର୍ଗେଟ୍ରେ ଥିଲା । ସେ ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ତା’ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଗୁରୁଦ୍ୱାର ନାଁରେ ଚାନ୍ଦା ଆଦାୟ କରି ସେ ପଞ୍ଜାବରେ ଆଙ୍କବାଦ କାର୍ଯ୍ୟକଳାପ ଚଳାଇଥିଲା ବୋଲି ଏନ୍ଆଇଏ ନିକଟରେ ତଥ୍ୟ ରହିଥିବା କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *