ବିପର୍ଯ୍ୟୟର ଲ୍ୟାଣ୍ଡଫଲ୍

ଗାନ୍ଧିନଗର, ୧୫ା୬: ଆରବ ସାଗରରୁ ଉଠିଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟା ୬.୪୫ ବେଳେ ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି । ମଧ୍ୟରାତ୍ରି ଯାଏ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଭୟଙ୍କର ବାତ୍ୟା ଯୋଗୁଁ ଗୁଜରାଟର ସମଗ୍ର ତଟବର୍ତ୍ତୀ ଇଲାକାର ସ୍ଥିତି ଦ୍ରୁତବେଗରେ ବଦଳୁଛି । ଅସଂଖ୍ୟ ଗଛ, ବିଜୁଳି ଖୁ୍ଣ୍ଟ ଉପୁଡ଼ି ପଡ଼ିଛି । ଦ୍ୱାରକା, ଜାମନଗର, ମୋର୍ବୀ ଓ ରାଜକୋଟ ସମେତ ଅନେକ ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ଜାରି ରହିଛି । ଗୁଜରାଟ ଭଳି ମୁମ୍ବାଇ ସ୍ଥିତି ମଧ୍ୟ ଗମ୍ଭୀର ହୋଇପଡ଼ିଛି ।
ଲ୍ୟାଣ୍ଡଫଲ୍ ପୂର୍ବରୁ ଗୁଜରାଟର ୮ ଜିଲ୍ଲା ତଥା ତଟୀୟ ଇଲାକାରୁ ୯୪ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । କେବଳ କଚ୍ଛ ଜିଲ୍ଲାର ୩୪ ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । କୋଷ୍ଟଗାର୍ଡ ପକ୍ଷରୁ ଗୁଜରାଟ ଉପକୂଳରେ ୧୫ ଜାହାଜ ଓ ୭ ବିମାନକୁ ଉଦ୍ଧାର କାର୍ଯ୍ୟ ଲାଗି ପ୍ରସ୍ତୁତ ରଖାଯାଇଛି । ଏନ୍ଡିଆର୍ଏଫ୍ର ୨୭ ଟିମ୍କୁ ବାତ୍ୟା ପ୍ରଭାବିତ ଇଲାକାରେ ମୁତୟନ କରାଯାଇଛି ।
ଆଇଏମ୍ଡି ରିପୋର୍ଟ ଅନୁଯାୟୀ ଗୁଜରାଟ ଛଡ଼ା ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ଲାକ୍ଷାଦ୍ୱୀପ, କେରଳ, ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଆଦି ୧୦ଟି ରାଜ୍ୟରେ ବିପର୍ଯ୍ୟୟର ପ୍ରଭାବ ଦେଖିବାକୁ ମିଳିଛି । ଶୁକ୍ରବାର ସୁଦ୍ଧା ବିପର୍ଯ୍ୟୟ ବାତ୍ୟା ରାଜସ୍ଥାନକୁ ପ୍ରଭାବିତ କରିବ । ତେଣୁ ଏହି ସବୁ ରାଜ୍ୟରେ ଆଲର୍ଟ ଜାରିକରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *