ଖାଇବା ତେଲ ଶସ୍ତା

ରିଫାଇନ୍ଡ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ଆମଦାନୀ ଶୁଳ୍କ ୫ ପ୍ରତିଶତ ହ୍ରାସ
ଭୁବନେଶ୍ୱର,୧୫ା୬(ବୁ୍ୟରୋ): ଦେଶରେ ଖାଉଟୀଙ୍କୁ ସୁଲଭ ମୂଲ୍ୟରେ ଖାଇବା ତେଲ ଯୋଗାଇଦେବା ଲାଗି କେନ୍ଦ୍ର ସରକାର ତେଲ ଉପରେ ମୌଳିକ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ରିଫାଇନ୍ଡ ହୋଇଥିବା ସୋୟାବିନ୍ ତେଲ ଓ ରିଫାଇନ୍ଡ ହୋଇଥିବା ସୂର୍ଯ୍ୟମୁଖୀ ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ୧୭.୫ % ରୁ ୧୨.୫ % କୁ ହ୍ରାସ କରାଯାଇଛି । ଏହି ଆଦେଶ ଗୁରୁବାର ଠାରୁ ତୁରନ୍ତ ଲାଗୁ କରାଯାଇ ଥିବା ବେଳେ ଏହା ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ । ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଯେଉଁ ସବୁ ନିଷ୍ପତ୍ତି ନେଇଥିଲେ ଏହି ଶୁଳ୍କ ହ୍ରାସ ତାହାକୁ ଆହୁରି ସୁଦୃଢ କରିବ । ମୌଳିକ ଆମଦାନୀ ଶୁଳ୍କ ଏପରି ଏକ ଟିକସ ଯାହା ଘରୋଇ ବଜାରରେ କାଇବା ତେଲର ମୂଲ୍ୟକୁ ମହଙ୍ଗା କରିଥାଏ । ପଳରେ ଖାଉଟୀଙ୍କୁ ଅଧିକ ଅର୍ଥ ଦେଇ ଖାଇବା ତେଲ କଣିବାକୁ ପଡୁଥିଲା । ରିଫାଇନ୍ଡ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ ଶୁଳ୍କ ହ୍ରାସ ହେବା ଫଳରେ ଘରୋଇ ବଜାରରେ ଏହି ଦୁଇ ତେଲର ଖୁଚୁରା ମୂଲ୍ୟ କମିବା ଦ୍ୱାରା ଖାଉଟୀ ଉପକୃତ ହେବେ ବୋଲି କହୁଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *