ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା
ଭୁବନେଶ୍ୱର,୧୫ା୬(ବୁ୍ୟରୋ): ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ତାପମାତ୍ରା ପୁଣି ଥରେ ଉପରମୁହାଁ ହୋଇଛି । ଏହାକୁ ତାଳ ଦେଇ ଆଦ୍ରାତା ମଧ୍ୟ ବୃଦ୍ଧି ପାଇଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ହେବା ସହିତ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ୧୯ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କେତେକ ଜିଲ୍ଲାରେ ସିଭିୟର ହିଟ୍ ୱେବ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ପଶ୍ଚିମ ଓଡ଼ିଶାରେ ବି ଅସହ୍ୟ ତାତି । ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ । କହିବାକୁ ଗଲେ ପଶ୍ଚିମ ବର୍ଷାରେ ଅଗ୍ନି ବର୍ଷା ହୋଉଛି । ଗୁରୁବାର ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮ ଛୁଇଁବା ସହିତ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା । ସେହିପରି ହୀରାକୁଦରେ ୪୪.୧, ସମ୍ବଲପୁରରେ ୪୩.୯,ସମ୍ବଲପୁରରେ ୪୩.୯ ଡିଗ୍ରୀ ଛୁଇଁଛି । ସେହିପରି ସୋମନପୁରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରହିଥିବା ବେଳେ ରାଉରକେଲା ଓ ବାରିପଦାରେ ୪୩.୨, ତାଲଚେରରେ ୪୩, ବୌଦ୍ଧରେ ୪୨.୯, ବଲାଙ୍ଗୀରରେ ୪୨.୮, ଅନୁଗୁଳରେ ୪୨.୭, ନୂଆପଡାରେ ୪୨.୪, ନୟାଗଡରେ ଓ ଢେଙ୍କାନାଳରେ ୪୨.୫, ରାଜଧାନୀ ଭୁବନେଶ୍ୱରରେ ୪୨.୪, ଟିଟିଲାଗଡରେ ୪୨.୨, ବରଗଡରେ ୪୨, ଭଦ୍ରକରେ ୪୧.୫, କଟକରେ ୪୧.୫ ଓ ଭବାନୀ ପାଟଣାରେ ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି ।