ମୌସୁମୀ: ଅଧା ଭାରତ ନିରାଶ
ନୂଆଦିଲ୍ଲୀ, ୧୫ ।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜିସୁଦ୍ଧା ଭାରତର ଅଦେ୍ର୍ଧକ ଇଲାକାକୁ ନିରାଶ କରିଛି । ଦେଶର ୭୧୬ରୁ ଅଧେ ଜିଲ୍ଲାରେ ମୌସୁମୀ ପହଞ୍ଚô ନାହିଁ । ୧୯ ପ୍ରତିଶତ ଜିଲ୍ଲାରେ ସ୍ୱାଭାବିକରୁ କମ୍ ମୌସୁମୀ ବର୍ଷା ହୋଇଛି । ଆଇଏମ୍ଡି ସୂଚନା ଅନୁଯାୟୀ, ଜୁନ୍ ୧ରୁ ୧୪ ଭିତରେ ୫୩ ପ୍ରତିଶତ କମ୍ ମୌସୁମୀ ବର୍ଷା ରେକର୍ଡ଼ କରାଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀର ଗତିଧାରା ଉପରେ ଏଲ୍-ନିନୋର ପ୍ରଭାବ ସ୍ପଷ୍ଟ ହେବାରେ ଲାଗିଛି ବୋଲି ବିଶେଷଜ୍ଞମାନେ ମତ ଦେଲେଣି ।
ସମଗ୍ର ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୮୦ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି । ଦିନ ଗଡ଼ିଚାଲିବା ସହ ଦେଶର ଅବଶିଷ୍ଟ ଇଲାକାରେ ସ୍ୱଳ୍ପ ମୌସୁମୀ ବର୍ଷାର ଗ୍ରାଫ୍ ବଢ଼ୁଛି । ହରିଆଣା, ଚଣ୍ଡୀଗଡ଼ ଓ ଦିଲ୍ଲୀରେ ଆଜିସୁଦ୍ଧା ୩୦ ପ୍ରତିଶତ କମ୍ ବୃଷ୍ଟିପାତ ରେକର୍ଡ଼ କରାଯାଇଛି । ସେହିପରି ପୂର୍ବ ୟୁପିରେ ୯୭, ପଶ୍ଚିମ ୟୁପିରେ ୮୩, ପଶ୍ଚିମ ମଧ୍ୟପ୍ରଦେଶରେ ୭୩ ଓ ପୂର୍ବ ମଧ୍ୟପ୍ରଦେଶରେ ୮୦ ପ୍ରତିଶତ କମ୍ ବର୍ଷା ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ଦୃଷ୍ଟି ଆସୁଥିବା ୟୁକେର ରିଡିଂ ୟୁନିଭର୍ସିଟିରେ କାର୍ଯ୍ୟରତ ରିସର୍ଚ୍ଚ ସାଇଣ୍ଟିଷ୍ଟ୍ ଅକ୍ଷୟ ଦେଓରସ କହିଛନ୍ତି, ଏଲ୍-ନିନୋ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଭାରତରେ ମୌସୁମୀ ପ୍ରଭାବିତ ହେବାରେ ସନେ୍ଦହ ନାହିଁ ।
ଘରୋଇ ପାଣିପାଗ ବିଜ୍ଞାନ ସଂସ୍ଥା ସ୍କାଇମେଟ୍ର ଅଧ୍ୟକ୍ଷ ଜି ପି ଶର୍ମା କହିଛନ୍ତି, ‘ବିପର୍ଯ୍ୟୟ’ ବାତ୍ୟା କାରଣରୁ ମୌସୁମୀ ଆଗମନରେ ବିଳମ୍ବ ଘଟିଛି । ଆଗକୁ ମଧ୍ୟ ମୌସୁମୀ ଦୁର୍ବଳ ରହିବ । ଆହୁରି ପ୍ରାୟ ଏକସପ୍ତାହ ଧରି ମୌସୁମୀର ସ୍ଥିତି ଦୁର୍ବଳ ରହିପାରେ । ସ୍ୱ
ଯେପର୍ଯ୍ୟନ୍ତ ବଙ୍ଗୋପସାଗରରେ ଅନୁକୂଳ ସ୍ଥିତି ସୃଷ୍ଟି ହୋଇନାହିଁ, ସେପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ରହିବାକୁ ବାଧ୍ୟ । ‘ବିପର୍ଯ୍ୟକୟ’ଜନିତ ବର୍ଷା ଗୁଜରାଟରେ ସୀମିତ ରହିପାରେ । ଅପରପକ୍ଷେ ଆଇଏମ୍ଡିର ମୁଖ୍ୟ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ‘ବିପର୍ଯ୍ୟୟ’ ଏବେ ମୌସୁମୀ ପ୍ରବାହ ଠାରୁ ପୃଥକ ହୋଇଯାଇଥିବାରୁ ଏହା ମୌସୁମୀ ପ୍ରବାହ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ବୈଜ୍ଞାନିକମାନଙ୍କର ବିଶ୍ୱାସ, ଆସନ୍ତା ୧୮ରୁ ୨୧ ଭିତରେ ମୌସୁମୀ ପ୍ରବାହ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହେବ ।