ତାମିଲନାଡୁ ମନ୍ତ୍ରୀଙ୍କୁ ଗିରଫ କଲା ଇଡି

ଚେନ୍ନାଇ,୧୪ା୬: ତାମିଲନାଡୁର ଶକ୍ତିମନ୍ତ୍ରୀ ବି ସେନ୍ଥିଲ ବାଲାଜୀଙ୍କୁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଧନଶୋଧନ ମାମଲାରେ ବୁଧବାର ଗିରଫ କରିଛି । ଇଡି ତଦନ୍ତର ସାମ୍ନା କରିବାରେ ସେ ଷ୍ଟାଲିନ୍ ସରକାରଙ୍କ ପ୍ରଥମ ମନ୍ତ୍ରୀ । ୨୦୧୮ରେ ମେଟ୍ରୋ ଟ୍ରାନ୍ସପୋର୍ଟ କର୍ପୋରେସନ୍ର ଜଣେ କର୍ମଚାରୀ ତାଙ୍କ ବିରୋଧରେ ଟଙ୍କା ବଦଳରେ ଚାକିରି ଅଭିଯୋଗ ଆଣି ମାଡ୍ରାସ ହାଇକୋର୍ଟରେ ପିଟିସନ୍ ଦେଇଥିଲେ । ଖାରଜ ହୋଇଯିବାରୁ ମାମଲା ସୁପ୍ରିମ୍କୋର୍ଟକୁ ଯାଇଥିଲା ।
ସେତେବେଳେ ବାଲାଜୀ ଥିଲେ ଜୟଲଳିତା ସରକାରରେ ପରିବହନ ମନ୍ତ୍ରୀ । ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଇଡି ବାଲାଜୀ ଓ ତାଙ୍କ ସମର୍ଥକମାନଙ୍କ ୪୦ଟି ଠିକଣାରେ କ୍ରମାଗତ ୮ ଦିନ ଚଢଉ କରି ଶେଷରେ ତାଙ୍କୁ ଗିରଫ କରିଛି । ଗିରଫ ବେଳେ ବାଲାଜୀ କାନ୍ଦିବା ଦେଖିବାକୁ ମିଳିଥିଲା । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେ ଗୁରୁତରଭାବେ ଅସୁସ୍ଥ ବୋଲି ମେଡିକାଲ ରିପୋର୍ଟ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *