ଟାଟା ପାୱାରକୁ ତାଗିଦ
ଭୁବନେଶ୍ୱର,୧୨ା୬(ବୁ୍ୟରୋ): ରାଜ୍ୟରେ ଘନ ଘନ ବିଦୁ୍ୟତ କାଟ୍ ଯୋଗୁଁ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଜ୍ନେସ୍ ଅସୋସିଏଟ୍ସ୍ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଡିସ୍କମ୍ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରୁ ବୋଲି ସୋମବାର ଲୋକସଭା ଭବନରେ ବିଦୁ୍ୟତ୍ ସମସ୍ୟାକୁ ନେଇ ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି ।
ପର୍ଯ୍ୟପ୍ତ ମାନବ ସମ୍ବଳ ଏବଂ ଉପକରଣ ସହ ପାଳିରେ ଡୁ୍ୟଟି କରିବା ଆବଶ୍ୟକ । ଡିସ୍କମ୍ ମାନଙ୍କରେ ରହିଥିବା ଡିଭିଜନ୍, ସବ୍ ଡିଭିଜନ୍ ଏବଂ ସେକ୍ସନ୍ଗୁଡିକର କାର୍ଯ୍ୟଦକ୍ଷତା ନିୟମିତ ଭାବରେ ତଦାରଖ କରାଯିବା ସହ ବ୍ୟବସ୍ଥାରେ ଥିବା ଅକ୍ଷମତା ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଡିସକମ୍ କମ୍ପାନୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ବିଳମ୍ବିତ ସମାଧାନ ଆବଶ୍ୟକ କରୁଥିବା ନିଦ୍ଦିଷ୍ଟ ସମସ୍ୟା ଥିଲେ ଉପଭୋକ୍ତାଙ୍କୁ ଆଗୁଆ ପର୍ଯ୍ୟାପ୍ତ ସୂଚନା ଦିଆଯାଇପାରିବ । ତେବେ ଏଭଳି ପରିସ୍ଥିତିକୁ ଏଡାଇ ବା ସର୍ବନିମ୍ନ ସ୍ତରକୁ ହ୍ରାସ କରାଯିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି । କାଳବୈଶାଖୀ, ବଜ୍ରପାତ ଆଦି ପରେ ବିଦ୍ୟୁତ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଙ୍କ ବିତରଣ କମ୍ପାନୀ (ଡିସକମ୍)ମାନଙ୍କ ପ୍ରସ୍ତୁତିର ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଓଇଆରସିର ନିଦେ୍ର୍ଦଶକ (ନିୟାମକ), ଡିସକମର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ଅପରେଟିଂ ଅଫିସର, ଗ୍ରିଡକୋର ପରିଚାଳନା ନିଦେ୍ର୍ଦଶକ ଏବଂ ନିଦେ୍ର୍ଦଶକ ( ଫାଇନାନ୍ସ ଓ କର୍ପୋରେଟ୍ ବ୍ୟାପାର) ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିଥିଲେ ଯେ, ଆଇଏମଡିର ପୂର୍ବାନୁମାନ ଅନୁ୍ୟାୟୀ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଯାହା ଦ୍ୱାରା ବିଦ୍ୟୁତ୍ ବାଧାପ୍ରାପ୍ତ ହୋଇପାରେ । ତେଣୁ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟକୁ ରୋକିବା ଏବଂ ବିଦ୍ୟୁତ୍ ଚାଲିଗଲେ ଶୀଘ୍ର ପୁନରୁଦ୍ଧାର ପାଇଁ ଡିସକମ ଗୁଡ଼ିକ ପର୍ଯ୍ୟାପ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ଜରୁରୀକାଳୀନ ପରସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଏବଂ ସାମଗ୍ରୀ ସଂଗ୍ରହ ବିଷୟରେ ଡିସକମର ସିଇଓମାନେ ଅବଗତ କରାଇଥିଲେ । ସୋସିଆଲ ମିଡିଆରେ ଗ୍ରାହକଙ୍କ ଅଭଯୋଗର ଉତ୍ତର ଦେବା ପାଇଁ ନିୟାଜିତ କଷ୍ଟମର କଲ୍ ସେଣ୍ଟର ଏବଂ ଉତ୍ସର୍ଗୀକୃତ ଟିମ୍ ର କ୍ଷମତା ବୃଦ୍ଧି ବିଷୟରେ ମଧ୍ୟ ବିଦ୍ୟୁତ ବିତରଣ କମ୍ପାନୀମାନେ ସୂଚନା ଦେଇଥିଲେ । ଡିସକମ୍ ତରଫରୁ କୁହାଯାଇଥିଲା ଯେ, ସିଷ୍ଟମ ମଜବୁତ କରିବା ପାଇଁ କ୍ୟାପେକ୍ସ ପ୍ରସ୍ତାବ ଓଇଆରସି ଅନୁମାଦନ ପାଇଁ ଦାଖଲ କରାଯାଏ ।