ତାଣ୍ଡବ ରଚିବ ବିପର୍ଯ୍ୟୟ

ପୋରବନ୍ଦର,୧୨ା୬: ଟ୍ରେନ୍ ବାତିଲ, ସ୍କୁଲ୍ ବନ୍ଦ, ଘଣ୍ଟା ପ୍ରତି ୧୫୦ କିମି. ବେଗରେ ପବନ ବହିବା ଓ ପ୍ରବଳ ବର୍ଷା ହେବା ଆଶଙ୍କା… ପୂର୍ବ ମଧ୍ୟ ଆରବ ସାଗରରୁ ୬ ତାରିଖରେ ଉଠିଥିବା ବାତ୍ୟା ‘ବିପର୍ଯ୍ୟୟ’ ଭାରତରେ ଧ୍ୱଂସଲୀଳା ରଚିବାକୁ ଯାଉଛି । ପ୍ରଥମ ୬ ଦିନ ପର୍ଯ୍ୟନ୍ତ ‘ବିପର୍ଯ୍ୟୟ’ କରାଚୀ ଆଡ଼କୁ ମୁହାଁଇଥିଲା । ଏବେ କିନ୍ତୁ ଦିଗ ଦିଗ ବଦଳାଇ ଗୁଜରାଟ ଅଭିମୁଖୀ ହୋଇଛି । ପୁଣି ଏହାର ଗତିବେଗ ଘଣ୍ଟା ପ୍ରତି ୮ କିମି. ହୋଇଛି । ଗତ ୨୪ ଘଣ୍ଟାରେ ବିପର୍ଯ୍ୟୟ ବିକରାଳ ରୂପ ନେଇଛି । ୧୪-୧୫ ତାରିଖ ଦିନ ଏହା ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ।
ଗୁରୁବାର ସୁଦ୍ଧା ‘ବିପର୍ଯ୍ୟୟ’ ଅତି ଭୟଙ୍କର ରୂପ ନେବ ଏବଂ ଗୁଜରାଟର ସୌରାଷ୍ଟ୍ର ତଥା କଚ୍ଛ ଇଲାକାରେ ସେହିଦିନ ଅପରାହ୍ଣରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କରିଥିବା ସମୀକ୍ଷା ବୈଠକରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ବାତ୍ୟା ‘ବିପର୍ଯ୍ୟୟ’ କାରଣରୁ ସୋମବାର ଗୁଜରାଟରେ ୫୬ଟି ଟ୍ରେନ୍ର ଚଳାଚଳ ବାତିଲ୍ କରାଯାଇଛି । ମଙ୍ଗଳବାର ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୯୫ଟି ଟ୍ରେନ୍ର ଚଳାଚଳ ବନ୍ଦ ରହିବ ବୋଲି ପଶ୍ଚିମ ରେଳବାଇ ସୂଚନା ଦେଇଛି ।
ବିପର୍ଯ୍ୟୟ ପ୍ରଭାବରେ ସମୁଦ୍ର ଅତ୍ୟଧିକ ଅଶାନ୍ତ ହୋଇପଡ଼ିଛି । ସୋମବାର ମୁମ୍ବାଇର ଜୁହୁ ବିଚ୍ରେ ଗାଧୋଇବା ବେଳେ ୬ ଜଣ ଲୋକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଚାରିଜଣ ନିଖୋଜ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *