କାମ ବନ୍ଦ ଆଦେଶ ଦେଲେ ଏନ୍ଜିଟି

ଶିଖରଚଣ୍ଡୀ ପାହାଡ଼ ଗଛକଟା ପ୍ରସଙ୍ଗ
ଭୁବନେଶ୍ୱର,୧୨ା୬ (ବୁ୍ୟରୋ): ଭୁବନେଶ୍ୱରସ୍ଥିତ ଶିଖରଚଣ୍ଡୀ ପାହାଡ଼ ଉପରୁ ଗଛକଟାରେ ରୋକ୍ ଲଗାଇଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବୁ୍ୟନାଲ (ଏନ୍ଜିଟି) । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେଠାରେ ଜାରି ରହିଥିବା କାମ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହାସହିତ ସିସିଏଫ୍ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ଗଠନ କରି ସପ୍ତାହକ ମଧ୍ୟରେ ଘଟଣା ସ୍ଥଳ ପରିଦର୍ଶନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଆସନ୍ତା ୩ ସପ୍ତାହ ମଧ୍ୟରେ ସରଜମିନ ତଦନ୍ତ କରି ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି ଏନ୍ଜିଟି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । କିଛି ଦିନ ଧରି ଶିଖରଚଣ୍ଡୀ ପାହାଡ଼ ଉପରେ ବୁଲ୍ଡୋଜର ସହାୟତାରେ ପଥର ଫଟାଇ ପାହାଡ ସଫା କରାଯାଉଥିଲା । ଭୁବନେଶ୍ୱରକୁ ପାନୀୟ ଜଳ ଯୋଗାଣ ପାଇଁ ଏଠାରେ ଏକ ବିରାଟ ପାଣି ଟାଙ୍କି ନିର୍ମାଣ କରାଯିବ କୁହାଯାଉଛି । ଏହି ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଏନଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ପାହାଡ ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ବୋଲି କୁହାଯାଉଛି । ଉକ୍ରଳ ବିଶ୍ୱବିଦ୍ୟାଳୟ ଉଭିଦ ବିଜ୍ଞାନ ଦ୍ୱାରା ହୋଇଥିବା ଏକ ସର୍ଭେ ଅନୁଯାୟୀ, ଶିଖରଚଣ୍ଡୀ ପାହାଡରେ ୨୨୦ ପ୍ରକାର ଔଷଧୀୟ ବୃକ୍ଷ ସହ ଅନେକ ଜୀବଜନ୍ତୁ ଥିବା ଜଣାପଡିଛି । ପାହାଡ ନଷ୍ଟ ହେଲେ ଏହି ସବୁର ଅବକ୍ଷୟ ହେଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ପ୍ରକଳ୍ପ ବନ୍ଦ ପାଇଁ ଏନ୍ଜିଟିଙ୍କୁ ନିବେଦନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *