ଉଗ୍ର ହେଲା ବିପର୍ଯ୍ୟୟ

ନୂଆଦିଲ୍ଲୀ, ୧୧ ।୬: ଆରବ ସାଗରରେ ଅତି ଭୀଷଣ ବାତ୍ୟା ରୂପ ନେଇଥିବା ‘ବିପର୍ଯ୍ୟୟ’ ଉତ୍ତର ଦିଗକୁ ଗତି କରୁଛି । ପୋରବନ୍ଦର ଠାରୁ ଦକ୍ଷିଣ-ପଶ୍ଚିମରେ ପ୍ରାୟ ୪୫୦ କିମି ଦୂରରେ ରହିଥିବା ଏହି ସାମୁଦ୍ରିକ ବାତ୍ୟା ୧୫ ତାରିଖ ସୁଦ୍ଧା ପାକିସ୍ତାନ ଓ ନିକଟବର୍ତ୍ତୀ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ନିକଟରେ ପହଞ୍ଚି କରାଚୀରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଗୁଜରାଟ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଲାକ୍ଷାଦ୍ୱୀପ ପ୍ରତି ବିପଦ ଥିବା ଦର୍ଶାଇବା ପରେ ଏହିସବୁ ରାଜ୍ୟ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉକ୍ତ ରାଜ୍ୟଗୁଡିକରେ ୫ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଦେଇଛି ଆଇଏମ୍ଡି । ଆଇଏମ୍ଡି ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ବିପର୍ଯ୍ୟୟ ୧୫ ତାରିଖ ଅପରାହ୍ଣ ସୁଦ୍ଧା କଚ୍ଛ ଉପକୂଳ ଦେଇ ଅତିକ୍ରମ କରିବ । ସେସମୟରେ ଘଣ୍ଟା ପ୍ରତି ୧୨୫-୧୩୫ କି.ମି. ବେଗରେ ପବନ ବହିପାରେ । ଗୁଜରାଟର ପାଣିପାଗ ବିଭାଗ ନିଦେ୍ର୍ଦଶକ ମନୋରମା ମହାନ୍ତି କହିଛନ୍ତି, ଲ୍ୟାଣ୍ଡ୍ଫଲ୍ ପରେ ‘ବିପର୍ଯ୍ୟୟ’ର ପ୍ରଭାବ ସୌରାଷ୍ଟ୍ର ଓ କଚ୍ଛରେ ୧୩, ୧୪ ଓ ୧୫ ତାରିଖ ଦିନ ଦେଖାଦେବ । ଉତ୍ତର ଗୁଜରାଟକୁ ଏହା ୧୫ ଓ ୧୬ ତାରିଖ ଦିନ ପ୍ରଭାବିତ କରିବ । ସର୍ବାଧିକ ବର୍ଷା ହେବ କଚ୍ଛ, ଦ୍ୱାରକା ଓ ଜାମନଗର ଇଲାକାରେ । ସେହିପରି ଅହମ୍ମଦାବାଦରେ ମଧ୍ୟ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *