ହସ୍ପିଟାଲ୍ ଟଏଲେଟ୍ରେ ନବଜାତ

ବ୍ରହ୍ମପୁର, ୧୧୬ । (ବୁ୍ୟରୋ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଅାଁ ବସ୍ଷ୍ଟାଣ୍ଡ ରୋଡ୍ କଡରେ ଥିବା ଘରୋଇ ହସ୍ପିଟାଲ ସ୍ମାଟ୍ର ତୃତୀୟ ମହଲା ବାଥ୍ରୁମ୍ ଭିତରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ । ବିଶେଷସୂତ୍ରରୁ ଖବରପାଇ ବ୍ରହ୍ମପୁର ଏସ୍ପି ଡ. ଶ୍ରବଣା ବିବେକ ଏମ୍ଙ୍କ ନିଦେ୍ର୍ଦଶକ୍ରମେ ବୈଦ୍ୟନାଥପୁର ପୁଲିସ୍ ଉପସ୍ଥିତିରେ ଚାଇଲ୍ଡ ଲାଇନ୍ର କାର୍ଯ୍ୟକର୍ତ୍ତାମାନେ ରବିବାର ସକାଳ ୯ଟା ବେଳେ ହସ୍ପିଟାଲରେ ପହଞ୍ଚô ହସ୍ପିଟାଲର ଶେଷ ମହଲାରେ ଥିବା ବାଥ୍ରୁମ୍ରେ ଶିଶୁଟି ଥିବା ଖବରପାଇ ସେଠାକୁ ଯିବାବେଳେ ବାଥ୍ରୁମ୍ ତାଲା ପଡିଥିଲା । ତାଲାକୁ ଭାଙ୍ଗି ଦେଖିବା ବେଳେ ଶିଶୁପୁତ୍ରଟି ଗୁୁରୁତର ଅବସ୍ଥାରେ ବାଥ୍ରୁମ୍ରେ ପଡି ରହିଥିଲା । ସଙ୍ଗେ ସଙ୍ଗେ ଚାଇଲ୍ଡ ଲାଇନ୍ର କର୍ମକର୍ତ୍ତା ଓ ପୁଲିସ୍ ଟିମ୍ ଏମ୍କେସିଜିକୁ ନେଇ ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଶିଶୁ ବିଭାଗର ଆଇସିୟୁରେ ଶିଶୁଟି ଚିକିତ୍ସିତ ହେଉଛି । ତେବେ କାହିଁକି, କେଉଁ କାରଣରୁ ଶିଶୁଟିକୁ ବାଥ୍ରୁମ୍ରେ ବାହାରପଟୁ ତାଲା ପକାଇ ରଖାଯାଇଥିଲା ତାହାର ଖୋଳତାଡ କରୁଛି ପୁଲିସ୍ । ଘଟଣାକୁ ଗୁରୁତର ସହ ନେଇ ବ୍ରହ୍ମପୁର ଚାଇଲ୍ଡ ଲାଇନ୍ ପକ୍ଷରୁ ଶିଶୁଟିର ମା’ବାପା ଓ ସ୍ମାଟ୍ ହସ୍ପିଟାଲର ମାଲିକଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଛି । ଏତଲାକୁ ଭିତ୍ତିକରି ପୁଲିସ୍ ତଦନ୍ତ ଚଳାଇଥିବା ବେଳେ ଖବରପାଇ ଶିଶୁଟିର ମା’ବାପା ବୈଦ୍ୟନାଥପୁର ଥାନାରେ ପହଞ୍ଚôଥିଲେ । ସେମାନଙ୍କ ବୟାନକୁ ମଧ୍ୟ ପୁଲିସ୍ ରେକର୍ଡ କରିଛି । ୭ ତାରିଖ ଦିନ ଗାଙ୍ଗପୁର ଥାନା ଅଞ୍ଚଳର ଜଣେ ଗର୍ଭବତୀ ସ୍ମାଟ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ମେଜର ଅପରେସନ୍ କରି ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଜନ୍ମ ହେବାପରେ ଶିଶୁପୁତ୍ରଟି ସାମାନ୍ୟ ବିକଳାଙ୍ଗ ଥିବା ଜାଣିପାରି ଜନ୍ମିତ ମା’ ବାପା କୁଆଡ଼େ ଶିଶୁପୁତ୍ରଟିକୁ ନନେଇ ସ୍ମାଟ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦେଇ ଚାଲିଯାଇଥିଲେ ବୋଲି ଆଲୋଚନା ହେଉଛି । ତେବେ ଗତ ଶନିବାର ଦିନ ଶିଶୁ ପୁତ୍ରଟିର ମା’ବାପା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଯାଇଥିବାବେଳେ ଶିଶୁପୁତ୍ରଟିକୁ ଉପର ବାଥ୍ରୁମ୍ରେ ରଖି ମେଡିକାଲ୍ କର୍ତ୍ତୃପକ୍ଷ ମାରିଦେବା ପାଇଁ ଯୋଜନା କରୁଥିବା ମଧ୍ୟ ଆଲୋଚନା ହେଉଥିଲା । ତେବେ ଏହି ଖବର ଏସ୍ପିଙ୍କ ନିକଟରେ ପହଞ୍ଚôବା ପରେ ଏସ୍ପିଙ୍କ ନିଦେ୍ର୍ଦଶକ୍ରମେ ବୈଦ୍ୟନାଥପୁର ପୁଲିସ୍ ଓ ଚାଇଲ୍ଡ ଲାଇନ୍ର କର୍ମକର୍ତ୍ତାମାନେ ପହଞ୍ଚô ଶିଶୁପୁତ୍ରଟିକୁ ଉଦ୍ଧାରକରି ନୂତନ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ଏସ୍ପିଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା କରାଯାଇଛି । ସେପଟେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଠାରୁ ଖବରପାଇ ଗାଙ୍ଗପୁର ଅଞ୍ଚଳରୁ ଶିଶୁଟିର ମା’ବାପା ଥାନାରେ ପହଞ୍ଚô ଶିଶୁଟିକୁ ଘରକୁ ନେବାପାଇଁ ରାଜି ହୋଇଥିବା ବେଳେ ଶିଶୁଟି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କାରଣରୁ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ମା’ବାପାଙ୍କୁ ଚାଇଲ୍ଡ ଲାଇନ୍ ଛୁଆଟିକୁ ହସ୍ତାନ୍ତର କରିବ ବୋଲି କୁହାଯାଇଛି । ସେପଟେ ହସ୍ପିଟାଲର ନିଦେ୍ର୍ଦଶିକା ଏମ୍. ସୁଜାତା ଓ ତାଙ୍କର ଜଣେ ସହଯୋଗୀଙ୍କ ନାମରେ ଥାନାରେ ମାମଲା ହେବାପରେ ପୁଲିସ୍ର ଗିରଫ ଭୟରେ ସେମାନେ ଫେରାର ଥିବା ଜଣାପଡିଛି । ତେବେ ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *