ସବୁ ସିଗ୍ନାଲିଂ ରୁମ୍ ହେବ ଡବଲ୍ ଲକ୍

ସୁରକ୍ଷା ବଢ଼ାଇବା ପାଇଁ ରେଲ୍ୱେ ବୋର୍ଡର ତୃତୀୟ ପଦକ୍ଷେପ
ନୂଆଦିଲ୍ଲୀ,୧୧ା୬: ଜୁନ୍ ୨ ବାହାନଗା ଷ୍ଟେସନ୍ ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିଲାଗି ରେଲ୍ୱେ ବୋର୍ଡ ସିଗ୍ନାଲିଂ ସମ୍ବନ୍ଧରେ ଆଉ ଏକ ନୂଆ ପଦକ୍ଷେପ ନେଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଉଦେ୍ଦଶ୍ୟରେ ଦେଶସାରା ସବୁ ସିଗ୍ନାଲିଂ ସମ୍ପତ୍ତିର ଡବଲ୍ ଲକିଂ ବ୍ୟବସ୍ଥା ଆଗକୁ କରିବା ପାଇଁ ବୋର୍ଡ ଆଦେଶ ଦେଇଛି । କେବଳ ଏତିକି ନୁହେଁ, ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ ପ୍ରୋଟକଲକୁ ମଜବୁତ୍ କରିବା ଲାଗି ମଧ୍ୟ ବୋର୍ଡ ଆଦେଶ ଦେଇଛି । ବାହାନଗା ଦୁର୍ଘଟଣା ପରେ ରେଲ୍ୱେ ବୋର୍ଡର ସିଗ୍ନାଲିଂ ସମ୍ବନ୍ଧୀୟ ଏହା ତୃତୀୟ ଆଦେଶ । ଟ୍ରେନ୍ ପରିଚାଳନା ସମ୍ବନ୍ଧୀୟ ବ୍ୟବସ୍ଥା, ରିଲେ ହଟ୍ ହାଉସିଂ ସିଗ୍ନାଲିଂ ଓ ଲେବଲ୍-କ୍ରସିଂର ଦୂରସଂଚାର ଉପକରଣ ଓ ପଏଣ୍ଟ୍ ତଥା ପ୍ରାକ୍ ସର୍କିଟ୍ ସିଷ୍ଟମ୍ ସହିତ ସବୁ ରିଲେ ରୁମ୍ ପାଇଁ ଡବଲ୍ ଲକ୍ ବ୍ୟବସ୍ଥା ହେବ । ରେଲ୍ୱେ ବୋର୍ଡର ଏହି ଆଦେଶରେ ପରୋକ୍ଷରେ ସୂଚନା ଦିଆଯାଇଛି ଯେ ରିଲେ ରୁମ୍ରେ ସିଗ୍ନାଲିଂ ବ୍ୟବସ୍ଥାରେ ହସ୍ତକ୍ଷେପ ଯୋଗୁ କରମଣ୍ଡଳ ଏକ୍ସପ୍ରେସ୍ ବାହାନଗା ଠାରେ ଲୁପ୍ ଲାଇନ୍କୁ ଚାଲିଯାଇ ଛିଡ଼ା ହୋଇଥିବା ଏକ ମାଲ୍ଗାଡ଼କିୁ ଧକ୍କା ଦେବାରୁ ଅତି ଭୟଙ୍କର ଦୁର୍ଘଟଣା ଘଟିଲା । ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବାହାନଗାରେ ଇଣ୍ଟରଲକିଂ ସିଷ୍ଟମ୍ରେ କିଛି ନା କିଛି ହସ୍ତକ୍ଷେପ କରାଯାଇଥିଲା । ଏହି କାରଣରୁ ଏବେ ଇଣ୍ଟରଲକିଂ ବ୍ୟବସ୍ଥାକୁ ପୂର୍ଣ୍ଣ ରୂପେ ସୁରକ୍ଷିତ ରଖିବାକୁ ହେବ । କୌଣସି କର୍ମଚାରୀ ବିନା ଅନୁମତିରେ ଯେପରି ରିଲେ ରୁମ୍ରେ ପହଞ୍ଚôପାରିବେ ନାହିଁ ତାହା ସୁନିଶ୍ଚିତ କରାଇବା ଲାଗି ଡବଲ୍ ଲକିଂ ଆଦେଶ ଦିଆଯାଇଛି ।
ରେଲ୍ୱେ ବୋର୍ଡ ଦେଇଥିବା ଆଦେଶରେ କୁହାଯାଇଛି ଯେ, ଷ୍ଟେସନ୍ ୟାର୍ଡରେ ଲେବଲ୍-କ୍ରସିଂ ଗେଟ୍, ସିଗ୍ନାଲିଂ କକ୍ଷ ଓ ଦୂରସଂଚାର ଉପକରଣକୁ ରିଲେ ହଟ୍ ରୂପେ ଗ୍ରହଣ କରିବାକୁ ହେବ । ଯେ ପର୍ଯ୍ୟନ୍ତ ଡବଲ୍ ଲକ୍ ବ୍ୟବସ୍ଥା ହୋଇନାହିଁ ସେ ପର୍ଯ୍ୟନ୍ତ ‘ସିଗ୍ନାଲ୍ ଲକ୍’ ଚାବି ଷ୍ଟେସନ୍ ମାଷ୍ଟରଙ୍କ ପାଖରେ ରହିବ । ଡୁ୍ୟଟିରେ ଥିବା ସହାୟକ ଷ୍ଟେସନ୍ ମାଷ୍ଟର (ଏଏସ୍ଏମ୍) ଚାବି ଦେବା / ଚାବି ଫେରାଇନେବାର ପ୍ରୋଫର୍ମାରେ ଗୋଟିଏ ସ୍ତମ୍ଭ ରହିବ । ଚାବି ଦାୟିତ୍ୱରେ ଥିବା କର୍ମଚାରୀ କେଉଁ ସ୍ଥାନ ପାଇଁ ଚାବି ନେଲେ ଏବଂ ସେ ଠିକ୍ ରୂପେ ତାଲା ବନ୍ଦ କଲେ ଆଦି ବିଷୟ ସେହି ସ୍ତମ୍ଭରେ ଲେଖାଯିବ ।